ଓଡିଶା

odisha

ETV Bharat / city

ପରିବହନ ବିଭାଗରେ ଅଦଳବଦଳ, ପ୍ରଦୀପ ମହାନ୍ତି ହେଲେ ଉତ୍ତରାଞ୍ଚଳ ଡେପୁଟି କମିଶନର - ପରିବହନ ବିଭାଗରେ ଅଦଳବଦଳ

ପରିବହନ ବିଭାଗରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

major changes at transportation department in state
ପରିବହନ ବିଭାଗରେ ଅଦଳବଦଳ, ପ୍ରଦୀପ ମହାନ୍ତି ହେଲେ ଉତ୍ତରାଞ୍ଚଳ ଡେପୁଟି କମିଶନର

By

Published : Apr 2, 2022, 5:19 PM IST

ଭୁବନେଶ୍ବର:ପରିବହନ ବିଭାଗରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଜି ଏ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ବର ଆରଟିଓ- 1 ପ୍ରଦୀପ କୁମାର ମହାନ୍ତିଙ୍କୁ ପଦୋନ୍ନତି ସହ ବଦଳି କରିଛନ୍ତି ସରକାର । ପ୍ରଦୀପ ଉତ୍ତରାଞ୍ଚଳର ଡେପୁଟି କମିଶନରର ଦାୟିତ୍ବ ଭାର ତୁଲାଇବେ।

ପରିବହନ ବିଭାଗର ଯୁଗ୍ମ କମିଶନର(ସଡ଼କ ସୁରକ୍ଷା) ବିଜୟ କୁମାର ନାୟକଙ୍କ ପଦୋନ୍ନତି କରିଛନ୍ତି ସରକାର। ପୂର୍ବରୁ ବିଜୟ ଅତିରିକ୍ତ ପରିବହନ କମିଶନର(ବୈଷୟିକ) ଭାବେ ଦାୟିତ୍ବ ତୁଲାଉଥିଲେ। ଡେପୁଟି କମିଶନର(ଉତ୍ତରାଞ୍ଚଳ) ଲାଲ ମୋହନ ସେଠୀଙ୍କୁ ପରିବହନ ବିଭାଗର ଯୁଗ୍ମ କମିଶନର(ଟ୍ୟାକ୍ସନ) ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ସେଣ୍ଟ୍ରାଲ ଜୋନର ଡେପୁଟି କମିଶନର ଥିବା ସଞ୍ଜୟ ବିଶ୍ଵାଳଙ୍କୁ ଅତିରିକ୍ତ ଦାୟିତ୍ବ ଭାର ଦେଇଛନ୍ତି ସରକାର। ଏଥିସହ ସେ ପରିବହନ ବିଭାଗର କମିଶନର(ସଡ଼କ ସୁରକ୍ଷା) ଦାୟିତ୍ବ ମଧ୍ୟ ତୁଲାଇବେ।

ଗଞ୍ଜାମ ଆରଟିଓ ବିକାଶ ଚୌଧୁରୀ ଭୁବନେଶ୍ବର ଆରଟିଓ-1 ଭାବରେ ବଦଳି ହୋଇଛନ୍ତି। ବରଗଡ଼ର ଆରଟିଓ ଥିବା ମାନସ ରଞ୍ଜନ ସାହୁଙ୍କୁ ଗଞ୍ଜାମ ଆରଟିଓ ଭାବେ ବଦଳି କରାଯାଇଛି । ବଡ଼ବିଲର ଅତିରିକ୍ତ ଆରଟିଓ(ଏନଫୋର୍ସମେଣ୍ଟ) ସବୁଆ ମାଝୀ ବରଗଡ଼ ଆରଟିଓ ଭାବେ ଦାୟିତ୍ବ ତୁଲାଇବେ। ଦେଓଗଡ଼ର ଏମଭି(ଇନଚାର୍ଜ) ପ୍ରଶାନ୍ତ କୁମାର ପରିଡାଙ୍କୁ ନୟାଗଡ଼ ଆରଟିଓ ଭାବେ ପଦୋନ୍ନତି ଦିଆଯାଇଛି ।

ସେପଟେ ନୟାଗଡ଼ ଆରଟିଓ ଥିବା ସମ୍ବିତ କୁମାରଙ୍କୁ ଚଣ୍ଡିଖୋଲ ଆରଟିଓ ଭାବେ ବଦଳି କରାଯାଇଛି । ଏବଂ ଚଣ୍ଡିଖୋଲର ଆରଟିଓ ଥିବା କେଶବ ଚନ୍ଦ୍ର ନାୟକଙ୍କୁ ଦେଓଗଡ଼ ଆରଟିଓ ଭାବେ ବଦଳି କରାଯାଇଛି । ଗଜପତି ଏମଭି(ଇନଚାର୍ଜ)ଙ୍କୁ ଗଜପତି ଆରଟିଓ(ଇନଚାର୍ଜ)ର ଦାୟିତ୍ବ ଭାର ଦେଇଛନ୍ତି ସରକାର।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details