ଓଡିଶା

odisha

ETV Bharat / city

ଖୁବଶୀଘ୍ର ବିଜେଡିର ନବକଳେବର: ମନ୍ତ୍ରୀ, ପ୍ରଶାସକ ସ୍ତରରେ ହେବ ବ୍ୟାପକ ପରିବର୍ତ୍ତନ - ବିଜେଡିର ନବକଳେବର

ମନ୍ତ୍ରୀ, ପ୍ରଶାସନିକ ସ୍ତରରେ ହେବ ଅଦଳବଦଳ। ପ୍ରଥମେ ବିଜେଡିରୁ ଆରମ୍ଭ ହେବ। ଏମିତି ବି ନିକଟରେ ଦଳ ବରିଷ୍ଠ ଉପ ସଭାପତି ଓ ଉପ ସଭାପତି ନାମରେ ଦୁଇ ପଦବୀ ରଖି ଅନେକଙ୍କୁ ସନ୍ତୁଷ୍ଟ କରିଛି। ଉପ ସଭାପତିଙ୍କୁ ମଧ୍ୟ କିଛି ଦାୟିତ୍ବ ଦିଆଯାଇଛି। ସେହିପରି ସାଧାରଣ ସମ୍ପାଦକ ଓ ସମ୍ପାଦକ ପଦବୀ ଖୁବଶୀଘ୍ର ଘୋଷଣା ହେବ।

ଖୁବଶୀଘ୍ର ବିଜେଡିର ନବକଳେବର
ଖୁବଶୀଘ୍ର ବିଜେଡିର ନବକଳେବର

By

Published : Jul 8, 2020, 3:35 AM IST

ଭୁବନେଶ୍ବର: ମିଲିଲାଣି ଆଭାସ। ବଦଳିବ ରୂପରେଖ। ବିରୋଧୀଙ୍କ ପ୍ରସ୍ତୁତି, ଭାବମୂର୍ତି ବଞ୍ଚାଇବା, ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି । ଏସବୁକୁ ନେଇ ଦଳ ଓ ସରକାରୀ ସ୍ତରରେ ହେବ ବଡଧରଣର ପରିବର୍ତ୍ତନ। ଏନେଇ ଆରମ୍ଭ ହୋଇଛି ମାନସ ମନ୍ଥନ।

ଖୁବଶୀଘ୍ର ବିଜେଡିର ନବକଳେବର

ମନ୍ତ୍ରୀ, ପ୍ରଶାସନିକ ସ୍ତରରେ ହେବ ଅଦଳବଦଳ। ପ୍ରଥମେ ବିଜେଡିରୁ ଆରମ୍ଭ ହେବ। ଏମିତି ବି ନିକଟରେ ଦଳ ବରିଷ୍ଠ ଉପ ସଭାପତି ଓ ଉପ ସଭାପତି ନାମରେ ଦୁଇ ପଦବୀ ରଖି ଅନେକଙ୍କୁ ସନ୍ତୁଷ୍ଟ କରିଛି। ଉପ ସଭାପତିଙ୍କୁ ମଧ୍ୟ କିଛି ଦାୟିତ୍ବ ଦିଆଯାଇଛି। ସେହିପରି ସାଧାରଣ ସମ୍ପାଦକ ଓ ସମ୍ପାଦକ ପଦବୀ ଖୁବଶୀଘ୍ର ଘୋଷଣା ହେବ। ପଦବୀ ସହିତ କିଛି ଦାୟିତ୍ବ ନ୍ୟସ୍ତ କରାଯିବ। ଏହାପରେ ମହିଳା, ଛାତ୍ର ଓ ଯୁବ ବିଜେଡି ନେତୃତ୍ୱକୁ ପ୍ରାଧାନ୍ୟ ଦେବାକୁ ଯାଇ ଖୁବଶୀଘ୍ର ଏଥିରେ ମୋହର ମାରିବେ ଦଳର ସୁପ୍ରିମୋ। ପଞ୍ଚାୟତ ସାଙ୍ଗକୁ ମ୍ୟୁନିସପାଲିଟି ନିର୍ବାଚନ ଆସୁଛି। ଏହାବାଦ ଦୁଇ ଦୁଇଟି ଉପ ନିର୍ବାଚନ। ବିରୋଧୀ ବିଜେପି ସଂଗଠନ ସଯଦିବାରେ ଲାଗିଛି। ସବୁ ସମିକରଣକୁ ଦୃଷ୍ଟିରେ ରଖି ଦଳ ପୁରା ଦମରେ କାର୍ଯ୍ୟକ୍ରମ ହାତକୁ ନେଉଛି। କଂଗ୍ରେସ ବି ପଛରେ ନାହିଁ। ଏଭଳି ସମୟରେ ନୂଆ ରୂପରେ ବିଜେଡି ଲୋକଙ୍କ ନିକଟରେ ଉଭା ହେବାକୁ ଯୋଜନା କରିଛି।


ସେହିପରି କେବଳ ଦଳ ନୁହେଁ ମନ୍ତ୍ରୀ ମଣ୍ଡଳରେ ବି ହେବ ପରିବର୍ତ୍ତନ। ଖରାପ ପ୍ରଦର୍ଶନ ଥିବା ମନ୍ତ୍ରୀ ବିଦା ହେବେ। ନୂଆ ମୁହଁ ଆସିବେ। ଜିଲ୍ଲାର ସମୀକରଣ ଓ ଆନୁଗତ୍ୟାକୁ ଦୃଷ୍ଟିରେ ରଖି ପଞ୍ଚମ ପାଳିର ଦ୍ଵିତୀୟ ଇନିଂସ ଖେଳିବେ ନବୀନ। ସେହିପରି କେବଳ ମନ୍ତ୍ରୀ ମଣ୍ଡଳ ନୁହେଁ ପ୍ରଶାସନିକ ସ୍ତରରେ ବି ହେବ ବ୍ୟାପକ ପରିବର୍ତ୍ତନ। ଅନେକ ବରିଷ୍ଠ ଆଇଏସଙ୍କ ଉପରେ ଅଧିକ ଦାୟିତ୍ବ ନ୍ୟସ୍ତ କରାଯିବ। ଏଭଳି ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଚାଲିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details