ଭୁବନେଶ୍ବର:ଭରତପୁର ତରିଣୀ ବସ୍ତି ସୁରେଖା ପଲେଇ ହତ୍ୟାକାଣ୍ଡ ଘଟଣା । ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା । ପୁରୁଷ ବନ୍ଧୁ ବିବାହ ପାଇଁ ରାଜି ନ ହେବାରୁ ସୁରେଖା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁରୁଷ ବନ୍ଧୁ ବିଶ୍ୱଜିତ ଜେନା ଓରଫ ଛୋଟୁଙ୍କ ଘରେ ଆତ୍ମହତ୍ୟା କରିଥିଲେ ସୁରେଖା । ଯାହା ସୂଚନା ମିଳିଛି, ସେ ବିଶ୍ୱଜିତଙ୍କୁ ଏକତରଫା ଭଲ ପାଉଥିଲେ ଏବ ବିବାହ କରିବା ପାଇଁ ବାରମ୍ବାର କହୁଥିଲେ । କିନ୍ତୁ ବିଶ୍ୱଜିତ ବିବାହ ପାଇଁ ରାଜି ନ ହେବାରୁ ସୁରେଖା ୯ ତାରିଖ ସନ୍ଧ୍ୟାରେ ହାତ କାଟି ଫଟୋ ପଠେଇଥିଲେ । ପରେ ରାତିରେ ସେ ବୟଫ୍ରେଣ୍ଡ ଘରେ ସୁଇସାଇଡ୍ କରିଥିବା ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ:ପୋଷ୍ଟମର୍ଟମ ରିପୋର୍ଟରୁ ହତ୍ୟାର ସୁରାକ: କ୍ରାଇମ ସ୍ପଟରେ ଫରେନସିକ ଟିମର ଖୋଳତାଡ