ଓଡିଶା

odisha

By

Published : Oct 31, 2019, 4:12 PM IST

ETV Bharat / city

ସ୍ମିତାରାଣୀ ମୃତ୍ୟୁ ଘଟଣା; ସିବିଆଇ ତଦନ୍ତ ଦାବି କଲା ମହିଳା କଂଗ୍ରେସ

ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ତଦନ୍ତ ଦାବି କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜନୀତି ଥମିବା ନା ନେଉନାହିଁ । ବିରୋଧୀ କଂଗ୍ରେସ ଏହି ଘଟଣାରେ ରାଜରାସ୍ତାକୁ ଓହ୍ଲାଇ ସିବିଆଇ ତଦନ୍ତ ଦାବି କରିଛି । ଆଜି ରାଜଭବନ ସମ୍ମୁଖରେ ଦଳ ପ୍ରତିବାଦ କରିବା ସହିତ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛି । ପୋଲିସ, ଜିଲ୍ଲା ପ୍ରଶାସନ, ବିଜେଡି ଭୂମିକାକୁ ନେଇ ଦଳ ପ୍ରଶ୍ନ ଉଠାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଂଗ୍ରେସ କହିଛି ଏସପି ଯେଉଁ କାହାଣୀ କହିଲେ ତାହା ଗ୍ରହଣଯୋଗ୍ୟ ନୁହେଁ । ତେଣୁ ଏହାର ନିରରେକ୍ଷ ତଦନ୍ତ ଦରକାର । ମହିଳା କଂଗ୍ରେସ ଏହି ପ୍ରତିବାଦ ସଭା କରିଥିବା ବେଳେ ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକଓ ଦଳୀୟ ନେତାମାନେ ଯୋଗ ଦେଇଥିଲେ ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details