ଭୁବନେଶ୍ବର: ସାରା ଦେଶରେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ବହୁ ଉତ୍ସାହର ସହ ପାଳନ ହେଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଯାହାକୁ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ସେ ଆଜିର ଯୁବ ସମାଜ ସମେତ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଅନୁସୃତ ପଥ ଅହିଂସା, ସମୟାନୁବର୍ତ୍ତିତା, ସତ୍ୟ ପ୍ରତି ଆଗ୍ରହ ଓ ସ୍ବଚ୍ଛତା ଅବଲମ୍ବନରୁ ଦୁରେଇ ଯାଉଛନ୍ତି।ତେଣୁ ସେମାନଙ୍କୁ ଏହାର ଅଵଶ୍ୟକତା ଉପରେ ବୁଝାଇବା ସହିତ ସେମାନେ ଏହାକୁ ପାଳନ କରିବାର ଆବଶ୍ୟକତା ଥିବା ସେ କହିଛନ୍ତି ।