ଓଡିଶା

odisha

ETV Bharat / city

ଗାନ୍ଧୀଙ୍କୁ ପାଶୋରୀ ଗଲେଣି ଯୁବପିଢ଼ି, ମନେପକାଇବାକୁ ପ୍ରୟାସ - ଗାନ୍ଧୀଙ୍କ 150 ତମ ଜନ୍ମ ଦିବସ

ଅକ୍ଟୋବର 2 ତାରିଖରେ ପାଳନ ହେବ ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ । ଏନେଇ ସବୁ ଆଡେ ପ୍ରସ୍ତତି ଆରମ୍ଭ ହୋଇଯାଇଛି । ଏନେଇ ରାଜଧାନୀର ବିଜେଇଏମ ସ୍କୁଲ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Sep 26, 2019, 4:22 AM IST

ଭୁବନେଶ୍ବର: ଆଉ ଦିନ କେଇଟା ପରେ ସାରା ଦେଶ ଏମିତିକି ବିଶ୍ବରେ ପାଳନ ହେବାକୁ ଯାଉଛି ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାର ପାଳନ ପାଇଁ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ରାଜଧାନୀର ବିଜେଇଏମ ସ୍କୁଲ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧୀ ବିଚାର ଓ ଗାନ୍ଧୀ କଥା ଅହିଂସା ଓ ସ୍ବାଧୀନତାର ସଂଘର୍ଷମୟ ଜୀବନର କାହାଣୀ ଲୋକମାନଙ୍କ ମନରୁ ପାଶୋରି ଗଲାଣି। ଯାହାକୁ ଆଗାମୀ ପିଢ଼ିର ଯୁବ ସଂପ୍ରଦାୟଙ୍କ ମନରେ ଉଜ୍ଜୀବିତ କରିବା ଉଦେଶ୍ୟରେ ବରଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିଜେଇଏମ ସ୍କୁଲର ମିଳିତ ଉଦ୍ୟମରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ଜଣାପଡିଛି । ଏନେଇ ସ୍କୁଲର ଅଧକ୍ଷା ଶ୍ରୀମତୀ ବିଣା ପ୍ରକାଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଏହି ପ୍ରତିଯୋଗିତାରେ 40 ଟି ସ୍କୁଲର ଛାତ୍ରଛାତ୍ରୀ ଗାନ୍ଧୀଙ୍କ ଉପରେ ପ୍ରବନ୍ଧ ଲିଖନ,ବକ୍ତୃତା ପ୍ରତିଯୋଗିତା ଏବଂ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ନିର୍ବାଚିତ ବିଜେତାଙ୍କୁ ପୁରସ୍କୃତ କରାଯିବା ।ଏହା ସହିତ ବିଶିଷ୍ଟ ଗାନ୍ଧିବାଦୀ ବ୍ୟକ୍ତିମାନେ ଯୋଗଦେଇ ଗାନ୍ଧୀ ବିଚାର ଉପରେ ବକ୍ତବ୍ୟ ପ୍ରଦାନ କରିବେ ବୋଲି ସେ କହିଛନ୍ତି।

ତେବେ ଗତ 1 ତାରିଖରେ ପ୍ରବନ୍ଧ ଲିଖନ କାର୍ଯ୍ୟକ୍ରମ ସାରିଥିବାବେଳେ ଆସନ୍ତା 30 ତାରିଖରେ ଅନ୍ୟାନ୍ୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗନେବେ। ଅକ୍ଟୋବର 2 ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ପିଲାମାନଙ୍କୁ ପୁରସ୍କୃତ କରାଯିବା ସହିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଓ ଡ଼ ଅରୁନ୍ଧତୀ ଦେବୀଙ୍କୁ ସମ୍ମାନିତ କରାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details