ଭୁବନେଶ୍ବର:ଆଜି ମହାଶିବରାତ୍ରୀ । ରାତି ତମାମ୍ ଉଜାଗର ରହି ମହାଦେବଙ୍କ ନିକଟରେ ଜାଗର ଜାଳିବେ ଶ୍ରଦ୍ଧାଳୁ । ଏଥିପାଇଁ ଚଳଚଞ୍ଚଳ ରହିଛି ଏକାମ୍ର କ୍ଷେତ୍ର । ସୁରୁଖୁରୁରେ ଚାଲିଛି ବାବା ଲିଙ୍ଗରାଜଙ୍କ ଜାଗର ଯାତ୍ରା । ଠିକ୍ ସମୟରେ ହେଉଛି ନୀତିକାନ୍ତି । ଅବକାଶ ପରେ ଚାଲିଛି ସାହାଣମେଳା ଦର୍ଶନ । ଲମ୍ବା ଲାଇନରେ ଆସି ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପ୍ରଭୁ ଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରାତି ୧୦ ଟାରେ ମହାଦୀପ ଉଠିବ । ଗତବର୍ଷ ଜାଗରରେ ଲିଙ୍ଗରାଜଙ୍କ ସର୍ବସାଧାରଣ ଦର୍ଶନ ବାରଣ ଥିବାବେଳେ ଏଥର କିନ୍ତୁ ମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅନୁମତି ମିଳିଛି । ତେବେ ମନ୍ଦିର ପରିସରରେ ଦୀପଦାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।
ଏହାମଧ୍ୟ ପଢନ୍ତୁ:MahaShivaratri: ଲିଙ୍ଗରାଜରେ ଦର୍ଶନ କରୁଛନ୍ତି ଭକ୍ତ