ଓଡିଶା

odisha

ETV Bharat / city

ମାହାଙ୍ଗା ମର୍ଡର ମିଷ୍ଟ୍ରି: ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ

ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ମାମଲା ରୁଜୁ କଲା ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...

ମାହାଙ୍ଗା ମର୍ଡର କେସ: ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ
ମାହାଙ୍ଗା ମର୍ଡର କେସ: ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ

By

Published : Jan 5, 2021, 9:14 PM IST

Updated : Jan 5, 2021, 9:52 PM IST

ଭୁବନେଶ୍ବର: ମାହାଙ୍ଗା ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ରୁଜୁ । ବିଜେପି ଯୁବ ମୋର୍ଚ୍ଚା ଆଜି(ମଙ୍ଗଳବାର) କ୍ୟାପିଟାଲ ଥାନାରେ ଏନେଇ ଏକ ମାମଲା ରୁଜୁ କରିଛି ।

ମାହାଙ୍ଗା ମର୍ଡର ମିଷ୍ଟ୍ରି: ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ
ସୂଚନା ଅନୁଯାୟୀ, ମାହାଙ୍ଗା ବିଜେପି ନେତା ହତ୍ୟା ଘଟଣାରେ ରାଜ୍ୟବ୍ୟାପୀ ବିଜେପି ପକ୍ଷରୁ ଆନ୍ଦୋଳନ ଜାରିରହିଛି । ଏପଟେ ଆଜି ରାଜଧାନୀର ଚନ୍ଦ୍ରଶେଖରପୁର ଓ କ୍ୟାପିଟାଲ ଥାନାରେ ପ୍ରତାପ ଜେନାଙ୍କ ନାଁ ରେ ମାମଲା ରୁଜୁ କରିଛି ବିଜେପି ଯୁବ ମୋର୍ଚ୍ଚା । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବି କରିବା ସହ ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଉ ବୋଲି ଯୁବ ମୋର୍ଚ୍ଚା ଦାବି କରିଛି । ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସାରା ରାଜ୍ୟରେ ଚକ ଅଖ ବନ୍ଦ କରାଯିବ ବୋଲି ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି ।ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Jan 5, 2021, 9:52 PM IST

ABOUT THE AUTHOR

...view details