ଓଡିଶା

odisha

ETV Bharat / city

ମାହାଙ୍ଗା ଡବଲ ମର୍ଡର ଘଟଣା: ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା କଂଗ୍ରେସ - Mahanga double murder case

ମାହାଙ୍ଗା ରାଜନୈତିକ ହତ୍ୟାକାଣ୍ଡ ଘଟଣା । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ମାଗିଲା ରାଜ୍ୟ କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପିସିସି ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଅଧିକ ପଢନ୍ତୁ...

ମାହାଙ୍ଗା ଡବଲ ମର୍ଡର ଘଟଣା; ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ମାହାଙ୍ଗା ଡବଲ ମର୍ଡର ଘଟଣା; ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା କଂଗ୍ରେସ

By

Published : Sep 2, 2021, 9:59 PM IST

ଭୁବନେଶ୍ବର: ମାହାଙ୍ଗା ରାଜନୈତିକ ହତ୍ୟାକାଣ୍ଡ ଘଟଣା । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ମାଗିଲା ରାଜ୍ୟ କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପିସିସି ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ପ୍ରତାପଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ନକରନ୍ତି, ତେବେ ଆଗାମୀ ଦିନରେ ରାଜ୍ୟବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

ଦେବାଶିଷ କହିଛନ୍ତି ଯେ, ଏହି ହତ୍ୟା ମାମଲାରେ ୧୪ ଜଣଙ୍କ ନାମରେ FIR ଥିଲା । ୧୩ ଜଣଙ୍କର ନାମ ଚାର୍ଜସିଟ୍‌ରେ ସ୍ଥାନ ପାଇଥିଲା । ପୋଲିସ ଚଞ୍ଚକତା କରି ମୁଖ୍ୟ ଷଡ଼ଯନ୍ତ୍ରକାରୀ ଏବଂ ଆରୋପୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଚାର୍ଜସିଟ୍‌ରୁ ତାଙ୍କ ନାଁ କାଟି ଦେଇଥିଲା । ଫଳରେ FIR ଦେଇଥିବା କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସାଲେପୁରଙ୍କ ଅଦାଲତରେ ଏକ ପ୍ରୋଟେଷ୍ଟ ପିଟିସନ ଦାୟର କରିଥିଲେ । ଅଦାଲତ ତାଙ୍କ ଆଦେଶରେ ଦେଇଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବାଦ ଦିଆଯାଇଥିବାରୁ ପୁନଃ ତଦନ୍ତ କରିବା ପାଇଁ ଭାରପ୍ରାପ୍ତ ଥାନା ଅଧିକାରୀ ମାହାଙ୍ଗା ଥାନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ରେ ବାସୁଦେବପୁର ଗ୍ରାମପଞ୍ଚାୟତର ଦୀପ୍ତିରଞ୍ଜନ ସାହୁଙ୍କ ମୃତ୍ୟୁ ଏବଂ ୨୦୧୮ ରେ ନୃତାଙ୍ଗ ଗ୍ରାମପଂଚାୟତର ବିକାଶ ଜେନାଙ୍କ ହତ୍ୟା ଘଟଣାରେ ମନ୍ତ୍ରୀଙ୍କର ସଂପୃକ୍ତି ତଥା ତାଙ୍କ ତାଙ୍କ ନିଜ ଲୋକମାନଙ୍କର ସଂପୃକ୍ତି ଅଛି ବୋଲି ଅଭିଯୋଗ ରହିଛି । ମାତ୍ର ତଦନ୍ତ ହୋଇପାରି ନାହିଁ ।

ଜଣେ ଯଦି ମନ୍ତ୍ରୀ ରୁହେ ଏବଂ ସରକାରଙ୍କ ଅଂଶବିଶେଷ ହୁଏ ଆଇନ, ପଞ୍ଚାୟତ ରାଜ ଏବଂ ନଗର ଉନ୍ନୟନ ଭଳି ବିଭାଗର ସର୍ବେସର୍ବା ଥାଏ । ତେବେ କିଭଳି ସରକାରଙ୍କର ଗୋଟେ ଅଧୀସ୍ଥନ ପୋଲିସ ମନ୍ତ୍ରୀଙ୍କୁ ଜେରା କରିବ । ଏଭଳି ସଂଗୀନ ଅପରାଧର ଆରୋପି ଯଦି ମନ୍ତ୍ରୀ ହୋଇଥାଏ, ତାହାହେଲ ସ୍ୱଚ୍ଛତା ଏବଂ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେଇଦେବା କଥା । କିନ୍ତୁ ଇସ୍ତଫା ନଦେଇ ମନ୍ତ୍ରୀ ପ୍ରମାଣ କରିଛନ୍ତି ଯେ ସେ ଏ ହତ୍ୟାକାଣ୍ଡର ସଂପୃକ୍ତ ଅଛନ୍ତି । ଯଦି ଇସ୍ତଫା ଦେବେ ତାହାହେଲେ ତାଙ୍କ ଜୀବନ ଜେଲରେ କଟିପାରେ । ମୁଖ୍ୟମନ୍ତ୍ରୀ ଏ ଘଟଣାରେ କାହିଁକି ଚୁପ ବସିଛନ୍ତି ତାହା ମଧ୍ୟ ବୁଝାପଡ଼ୁ ନାହିଁ । ଏହା କ’ଣ ମୋ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିସ୍କାର କରିଦେବା କଥା । ମାତ୍ର ତାହା କରିନାହାନ୍ତି । ମୁଖ୍ୟମନ୍ତ୍ରୀ ପଂଚମ ପାଳିରେ କ’ଣ ବହୁ ଦୁର୍ବଳ ହୋଇଯାଇଛନ୍ତି ।

ପୋଲିସ ମହାନିର୍ଦ୍ଦେଶକ ଏ ଘଟଣାକୁ କାହିଁକି ଗୁରୁତ୍ୱର ସହ କାହିଁକି ନେଇନାହାନ୍ତି ଏବଂ କାହା ସ୍ୱାର୍ଥରେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଘରୋଇ ବିଭାଗ ସଚିବଙ୍କର କ’ଣ କିଛି ସାମ୍ବିଧାନିକ ଦାୟିତ୍ୱ ନାହିଁ । ଆଗରୁ ଯଦି କୌଣସି ମନ୍ତ୍ରୀ ଏବଂ ବିଧାୟକ କିଛି ଭୁଲ କରୁଥିଲେ, ତେବେ ତତ୍‌କ୍ଷଣାତ ତାଙ୍କ ଉପରେ ନବୀନ ବାବୁଙ୍କ ସରକାର ଆକ୍ସନ ନେଉଥିଲେ । ବର୍ତମାନ ପ୍ରତାପ ବାବୁ ଆଇନ ଓ ସମ୍ବିଧାନ ଠାରୁ ଊର୍ଦ୍ଧ୍ୱରେ ବୋଲି ସରକାର ବିଚାର କରୁଛନ୍ତି କି ? ଯଦି ଏହା ହୁଏ ତେବେ ଓଡ଼ିଶାର ଜନସାଧାରଣ କେବେ ବି ଏ ସରକାରକୁ କ୍ଷମା ଦେବେ ନାହିଁ ବୋଲି ଦେବାଶିଷ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡ. ଦେବାଶିଷ ପଟ୍ଟନାୟକଙ୍କ ସହିତ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details