ଭୁବନେଶ୍ବର: ମହାନଦୀ ରାଜ୍ୟର ଜୀବନରେଖା । ମହାନଦୀ ଏବେ ଘୋର ବିପଦ ଭିତରେ ଅଛି । ମହାନଦୀକୁ ସୁରକ୍ଷା ଦେବା ଓଡିଶାବାସୀଙ୍କ ଦାୟିତ୍ବ । ମହାନଦୀକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ । ଗତ ତିନିବର୍ଷରେ ମହାନଦୀ ଟ୍ରିବ୍ୟୁନାଲ 20 ଥର ଶୁଣାଣି କରିଛନ୍ତି । ମହାନଦୀକୁ ସୁରକ୍ଷା ଦେବାରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ତେଣୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।
ଆସନ୍ତାକାଲି(ଶନିବାର) ଟ୍ରିବ୍ୟୁନାଲର 21 ତମ ଶୁଣାଣି ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ଆନ୍ଦୋଳନ କରିବ ସଙ୍ଗଠନ । ଆସନ୍ତାକାଲି ମହାନଦୀ ଟ୍ରିବ୍ୟୁନାଲର 21 ତମ ଶୁଣାଣି । ଏହି ଦିନ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀରେ ଜଳ ସତ୍ୟାଗ୍ରହ କରିବା ପାଇଁ ନିଷ୍ପତି ନେଇଛି । ମହାନଦୀରେ କଟକର ଜୋବ୍ରାରେ ସକାଳ 9:30 ରୁ 11:30 ଟା ପର୍ଯ୍ୟନ୍ତ ଜଳ ସତ୍ୟାଗ୍ରହ ହେବ ।