ଭୁବନେଶ୍ବର: ଆଜି ସାରା ବିଶ୍ଵ ପାଳୁଛି ମହମ୍ମଦ ଜୟନ୍ତୀ ତଥା ଈଦ-ମୀଲାଦୁନ-ନବୀ । ଈଦ-ମୀଲାଦୁନ-ନବୀ ହେଉଛି ମୁସଲମାନ ମାନଙ୍କ ଅନ୍ୟତମ ଈଦ ପର୍ବ। ସାରା ବିଶ୍ବର ମୁସଲମାନ ସମ୍ପ୍ରଦାୟର ଲୋକମାନେ ଭକ୍ତି ଓ ଶ୍ରଦ୍ଧା ପୂର୍ବକ ଏହି ଦିନଟିକୁ ପାଳନ କରୁଥିବା ବେଳେ ଓଡିଶାରେ ମଧ୍ୟ ବେଶ୍ ଧୁମ୍ ଧାମର ସହ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଉଛି । ତେବେ ରାଜଧାନୀ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାଗୁଡିକରେ ଇସଲାମ ଧର୍ମର ଲୋକମାନେ ଏହି ଦିନଟିକୁ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତି ।
ଏନେଇ ରବିବାର ଇସଲାମିକ ଧର୍ମ ଲୋକେ ସକାଳୁ ସକାଳୁ ଏକ ଶେଭାଯାତ୍ରାରେ ବାହାରିଥିଲେ । ଏହାପରେ ସମସ୍ତେ ଭୁବନେଶ୍ବର ସ୍ଥିତ ୟୁନିଟ 3 ମସଜିଦରେ ଏକତ୍ରିତ ହୋଇ ମହମ୍ମଦ ଉଦ୍ଦେଶ୍ୟରେ ‘ସାଲାତ ସାଲାମ’ (ସମୂହ ପ୍ରାର୍ଥନା ) କରିଛନ୍ତି I ତେବେ ଏହି ଅବସରରେ ଓଲିଉଡ୍ ଅଭିନେତା ମୁନା ଖାଁ ମଧ୍ୟ ଯୋଗଦେଇ ମହମ୍ମଦଙ୍କ କବରରେ ନିଜର ଶ୍ରଦ୍ଧା ପ୍ରାର୍ଥନା କରଛନ୍ତି।