ଭୁବନେଶ୍ବର: ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ନିମନ୍ତେ ରାଜ୍ୟରେ ଆହୁରି ଅଧିକ ଏକ ହଜାର ମଦ ଦୋକାନ ଖୋଲିବାକୁ ସୁପାରିଶ କରିଛନ୍ତି । ଏହାସହିତ ବିଭିନ୍ନ ମେଳା ଓ ମହୋତ୍ସବରେ ମଦ ଦୋକାନ ଖୋଲିବାକୁ ବିଭାଗ ପକ୍ଷରୁ ଜିଲ୍ଳାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତୀବ୍ର ବିରୋଧାଭାସ ଦେଖିବାକୁ ମିଳିଥିବାବେଳେ 'ମା ଘର' ଅନୁଷ୍ଠାନ ଏହାକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ।
ମଦର ପ୍ରସାରଣ ଫଳରେ ସମାଜରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ମା ଓ ଭଉଣୀମାନେ ବହୁମାତ୍ରାରେ ଅତ୍ୟାଚାରିତ ହେଉଥିବା ବିଭିନ୍ନ ରିପୋର୍ଟରୁ ପ୍ରକାଶ । ଏମିତିକି 80 ପ୍ରତିଶତ ମହିଳା ଓ ନାରୀ ନିର୍ଯ୍ୟାତନା ମଦର ବ୍ୟବହାର ଯୋଗୁ ହୋଇଥିବା ଜଣାପଡିଛି । ଏସବୁ ସତ୍ତ୍ବେ ବି ସରକାର ଏହାର ନିଷେଧ ନକରି ଏହାର ପ୍ରସାରଣକୁ ଗୁରୁତ୍ବ ଦେଉଥିବାରୁ ଏହାକୁ ଦୃଢ଼ ବିରୋଧ କରାଯାଉଥିବା ଏହାର ମୁଖ୍ୟ ଋତୁପର୍ଣ୍ଣା ମହାନ୍ତି ପ୍ରକାଶ କରିଛନ୍ତି ।