ଓଡିଶା

odisha

ETV Bharat / city

ସ୍ବଚ୍ଛ ସ୍କୁଲକୁ ମିଳିବ ପୁରସ୍କାର - ଓଡିଶା ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ଶୁଭାରମ୍ଭ

ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ହିଁ କାର୍ଯ୍ୟକ୍ରମରେ ସାମିଲ ହେବେ । ତେବେ ଆଗକୁ ଅନଲାଇନରେ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ଆବେଦନ କରିବା ପାଇଁ ପଡ଼ିବ । ଆପ୍ ମାଧ୍ୟମରେ ବିଦ୍ୟାଳୟ ଗୁଡ଼ିକ ସ୍ବଚ୍ଛାକୃତ ଭାବେ ପଞ୍ଜୀକୃତ କରିପାରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 25, 2019, 9:58 PM IST

ଭୁବନେଶ୍ବର: ସ୍ବଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର । ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବା ସହ ସଚେତନତା କରାଇବାକୁ ପ୍ରୟାସ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ଆଉ ସବୁଠାରୁ ସ୍ବଚ୍ଛ ବିଦ୍ୟାଳୟ ବିବେଚିତ ହେଲେ ଗଣଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ସ୍କୁଲରୁ ପୁରସ୍କୃତ କରାଯିବ । ଏନେଇ ବୁଧବାର ଏକ ଆପ ମଧ୍ୟ ଲଞ୍ଚ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଏଥିପାଇଁ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ହିଁ କାର୍ଯ୍ୟକ୍ରମରେ ସାମିଲ ହେବେ । ତେବେ ଆଗକୁ ଅନଲାଇନରେ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ଆବେଦନ କରିବା ପାଇଁ ପଡ଼ିବ । ଆପ୍ ମାଧ୍ୟମରେ ବିଦ୍ୟାଳୟ ଗୁଡ଼ିକ ସ୍ବଚ୍ଛାକୃତ ଭାବେ ପଞ୍ଜୀକୃତ କରିପାରିବେ । ସ୍ବଚ୍ଛ ବିଦ୍ୟାଳୟ ଗୁଡ଼ିକ ପାଇଁ ପୁରସ୍କାର ରାଶି ସହ ଷ୍ଟାର ମାର୍କିଂର ମଧ୍ୟ ବ୍ୟବସ୍ଥା ରହିଛି ।

ଅକ୍ଟୋବର ୧୪, ୨୦୧୯ ମଧ୍ୟରେ ସମସ୍ତ ବିଦ୍ୟାଳୟ ଗୁଡ଼ିକ ପୁରସ୍କାର ପାଇଁ ପଞ୍ଜୀକରଣ କରିପାରିବେ । ୧୫ ଅକ୍ଟୋବର ଠାରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଆବେଦନ ପତ୍ର ଗୁଡ଼ିକର ଯାଞ୍ଚ ହେବ । ନଭେମ୍ବର 1-୧୦ ମଧ୍ୟରେ ରାଜ୍ୟସ୍ତରୀୟ ପୁରସ୍କାର ଘୋଷଣା କରାଯିବ । ତେବେ ସ୍ବଚ୍ଛ ବିଦ୍ୟାଳୟ ଗୁଡ଼ିକୁ ବ୍ଲକ ସ୍ତରରେ ୨ହଜାର, ଜିଲ୍ଲାସ୍ତରରେ ୫ ହଜାର ଏବଂ ରାଜ୍ୟସ୍ତରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ବ୍ଲକ ସ୍ତରରେ ୧୨୫୬ ଟି, ଜିଲ୍ଲା ସ୍ତରରେ ୨୪୦ଟି ଓ ରାଜ୍ୟ ସ୍ତରରେ ୪୦ଟି ବିଦ୍ୟାଳୟକୁ ମିଳିବ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ।

ଓଡିଶା ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ଲଞ୍ଚିଂ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍‌, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ସ୍ବଚ୍ଛ ବିଶେଷଜ୍ଞ ଆଇ.ସି.ଓ ପ୍ରତିଭା ସିଂ ପ୍ରମୁଖ ଉକ୍ତ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନରେ ଉପସ୍ଥିତ ରହି ‘ସ୍ବଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ଏବଂ ବିଦ୍ୟାଳୟର ପିଲାମାନଙ୍କୁ ପରିମଳ ସୁବିଧା ଯୋଗାଇ ଦେବା ସହିତ ବିଦ୍ୟାଳୟକୁ ଉତ୍ସାହିତ କରିବା, ଗୋଟିଏ ବିଦ୍ୟାଳୟ ଅନ୍ୟ ବିଦ୍ୟାଳୟମାନଙ୍କୁ ଯେପରି ପ୍ରୋତ୍ସାହିତ କରି ପାରିବ ସେ ସଂପର୍କରେ ବିଶେଷ ଆଲୋଚନା କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details