ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ନୂଆ ଷ୍ଟ୍ରେନ ସଂକ୍ରମଣକୁ ଅଧିକ ବେଗ କରୁଛି । ତେବେ ବର୍ତ୍ତମାନ ରାଜ୍ୟରେ ଲକଡାଉନ ଭଳି ସ୍ଥିତି ଉପୁଜି ନାହିଁ । କିନ୍ତୁ ଆବଶ୍ୟକ ପଡିଲେ ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନମେଣ୍ଟ ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।
ନୂଆପଡ଼ା ଯେହେତୁ ଛତିଶଗଡ଼ ସୀମାରେ ରହିଛି, ସେଠାରେ ସଂକ୍ରମଣ ଅଧିକ ବଢୁଛି । ନୂଆପଡ଼ା ପ୍ରଶାସନ ଏହି ନୂଆ ଷ୍ଟ୍ରେନ ନେଇ ସମୀକ୍ଷା କରୁଛି । ତେବେ ନୂଆପଡା ଜିଲ୍ଲାରେ କେତେ ଲୋକ ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ସେ ନେଇ ଏକ ସର୍ଭେ କରାଯାଉଛି । ଗତ ଶୁକ୍ରବାର 2 ଲକ୍ଷ 52 ହଜାର ଟୀକାକରଣ କରାଯାଇଛି ବୋଲି ସୂଚନା ମିଳିଛି ।