ଭୁବନେଶ୍ବର: ପୁଣି ବଲାଙ୍ଗୀର ଜିଲ୍ଲା ଦେଖିବ କି ମରୁଡ଼ି ! ସାରା ରାଜ୍ୟରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥିବାବେଳେ ଏବେ ଚାଷୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟି ଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ମରୁଡିର ଆଶଙ୍କା ଦେଖାଦେଇଛି ।
ଜୁଲାଇ 29 ତାରିଖ ସୁଦ୍ଧା ବଲାଙ୍ଗୀର ଜିଲ୍ଲାରେ 30 ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଥିବାବେଳେ ଏହାର ମାତ୍ର ଆହୁରି 3 ପ୍ରତିଶତ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଏପଟେ ବଲାଙ୍ଗୀର ଜିଲ୍ଲାରେ ସ୍ବାଭାବିକ ଠାରୁ 33 ପ୍ରତିଶତ କମ୍ ବର୍ଷା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।