ଭୁବନେଶ୍ବର: ଅବପାତରେ ପରିଣତ ହେଲା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରୁଛି । ଏହି ଅବପାତର କେନ୍ଦ୍ର ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ 950 କିମି ଦୂରରେ ଥିବାବେଳେ ପଶ୍ଚିମବଙ୍ଗର ସାଗର ଦୀପଠାରୁ 1020 କିମି ଦୂରରେ ରହିଛି ।
ଅବପାତରେ ପରିଣତ ହେଲା ଲଘୁଚାପ, 36 ଘଣ୍ଟାରେ ନେବ ବାତ୍ୟାର ରୂପ
ଅବପାତରେ ପରିଣତ ହୋଇଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ଆଗାମୀ 12 ଘଣ୍ଟାରେ ଗଭୀର ଅବପାତର ରୂପ ନେବା ସହ ପରବର୍ତ୍ତୀ 24 ଘଣ୍ଟାରେ ଏହା ବାତ୍ୟାର ରୂପ ନେବ ।
ପ୍ରତିକାତ୍ମକ ଫଟୋ
ଅବପାତ ଆଗାମୀ 12 ଘଣ୍ଟାରେ ଗଭୀର ଅବପାତର ରୂପ ନେବ । ଏହାସହ ପରବର୍ତ୍ତୀ 24 ଘଣ୍ଟାରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ବାତ୍ୟାରେ ପରିଣତ ହେବା ପରେ ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଆଡେ ମୁହାଁଇବ । ପ୍ରଥମେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାକୁ ଥିବାବେଳେ ପରେ ଉତ୍ତର-ଉତ୍ତରପଶ୍ଚିମ ଆଡକୁ ମୁହାଁଇବ । ପ୍ରଭାବରେ 9 ତାରିଖରୁ ରାଜ୍ୟରେ ବର୍ଷା ଆଶଙ୍କା ।