ଓଡିଶା

odisha

ETV Bharat / city

23ରୁ ଲଘୁଚାପ, ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

23ରୁ ଲଘୁଚାପ ସୃଷ୍ଟି ହୋଇପାରେ ! ଯାହାକି 48 ଘଣ୍ଟାରେ ଘନିଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ଅଛି। ଏଥିସହ ରାତ୍ରି ତାପମାତ୍ରା ହ୍ରାସ ହେବନି ଓ ଶୀତ ବଢିବା ଅନୁମାନ ରହିଛି । ଅଧିକ ପଢନ୍ତୁ..

By

Published : Nov 20, 2020, 9:26 PM IST

23ରୁ ଲଘୁଚାପ, ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
23ରୁ ଲଘୁଚାପ, ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଭାରତ ମହାସାଗର ଓ ଏହାର ଆଖପାଖ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ନିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ 23ରୁ ଲଘୁଚାପ ସୃଷ୍ଟି ହୋଇପାରେ ! ଯାହାକି 48 ଘଣ୍ଟାରେ ଘନିଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ଅଛି। ଏଥିସହ ରାତ୍ରୀ ତାପମାତ୍ରା ହ୍ରାସ ହେବନି ଓ ଶୀତ ବଢିବା ଅନୁମାନ ରହିଛି ।

23ରୁ ଲଘୁଚାପ, ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ଅର୍ଥାତ ଶନିବାର ମଧ୍ୟରେ କଳାହାଣ୍ଡି,ରାୟଗଡା,ସୁନ୍ଦରଗଡ଼,ମୟୁରଭଞ୍ଜ,କେଉଁଝର,ବାଲେଶ୍ୱର,କୋରାପୁଟ,ମାଲକାନଗିରି,ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ଭିତରେ କେଉଁଝର,ମୟୁରଭଞ୍ଜ ଏବଂ ବାଲେଶ୍ୱରରେ ବର୍ଷା ରେକର୍ଡ କରାଯାଇଛି। ମୟୁରଭଞ୍ଜର ଜାମସୋଲାରେ ସର୍ବାଧିକ ୨୧ ମିମି ବର୍ଷା ହୋଇଥିଲା ବେଳେ ସୋନପୁରରେ ସର୍ବନିମ୍ନ ୧୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଯାହାକି ସମଗ୍ର ଅଞ୍ଚଳରେ ସବୁଠୁ କମ ତାପମାତ୍ରା ।

23ରୁ ଲଘୁଚାପ, ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ସେହିପରି ପାହାଡିଆ ଅଞ୍ଚଳ କୋରାପୁଟରେ ୧୫ ,ଦାରିଙ୍ଗବାଡ଼ି ରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କଟକ,ଅନୁଗୁଳ ଢେଙ୍କାନାଳରେ ଭଲ କୁହୁଡି ଦେଖାଯାଇଛି। ଯାହାର ଦୃଶ୍ୟମାନ ଦୂରତା 50 ମିଟରରୁ ବି କମ ଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରେ କମ କୁହୁଡି ଦେଖାଯାଇଛି।

23ରୁ ଲଘୁଚାପ, ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details