ଓଡିଶା

odisha

ETV Bharat / city

ଗଭୀର ଅବପାତର ରୂପ ନେଲା ସମ୍ଭାବ୍ୟ ବାତ୍ୟା, ଘଣ୍ଟା ପ୍ରତି 20 କିମିରେ ଗତିକରୁଛି - ଅବପାତରେ ପରିଣତ ହେଲା ସମ୍ଭାବ୍ୟ ବାତ୍ୟା

ସୁଦୃଶଃ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତ ପରେ ଗଭୂର ଅବପାତର ରୂପ ନେଲା ସମ୍ଭାବ୍ୟ ବାତ୍ୟା । ଅଧିକ ପଢନ୍ତୁ

ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହେଲା ସମ୍ଭାବ୍ୟ ବାତ୍ୟା
ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହେଲା ସମ୍ଭାବ୍ୟ ବାତ୍ୟା

By

Published : May 7, 2022, 5:42 PM IST

Updated : May 7, 2022, 10:59 PM IST

ଭୁବନେଶ୍ବର: ସୁଦୃଶଃ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ରୂପ ନେବା ପରେ ଗଭୀର ଅବପାତରେ ପରିଣତ ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି ସମ୍ଭାବ୍ୟ ବାତ୍ୟା । ବର୍ତ୍ତମାନ ଏହା ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୧୩୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ଆସନ୍ତାକାଲି(ରବିବାର) ସକାଳ ୫ଟା ୩୦ ସୁଦ୍ଧା ବାତ୍ୟାର ରୂପ ନେବ । ଏନେଇ ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି । ଅନ୍ୟପଟେ ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ତାହା ଓଡିଶାର ସ୍ଥଳଭାଗ ଛୁଇଁବ ନାହିଁ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(IMD) ପକ୍ଷରୁ ସ୍ପଷ୍ଟ ହୋଇଛି । ତଥାପି ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରୁ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ପବନ ବହିବ ।

ଗଭୀର ଅବପାତର ରୂପ ନେଲା ସମ୍ଭାବ୍ୟ ବାତ୍ୟା, ଘଣ୍ଟା ପ୍ରତି 20 କିମିରେ ଗତିକରୁଛି


ଏନେଇ ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ,' ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି ବାତ୍ୟା । ପ୍ରଭାବରେ ୧୦୫ ରୁ ୧୧୫ କିମି ବେଗରେ ପବନ ବହିବ।ପୁରୀ ଠାରୁ ୧୧୮୦ କିଲୋମିଟର ଉତ୍ତର-ଉତ୍ତର-ପୂର୍ବ ଦିଗରେ ରହିଛି । ସେହିପରି ବିଶାଖାପାଟଣା ଠାରୁ ୧୧୪୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ।
ଏବେ ଉତ୍ତର ପଶ୍ଚିମ ଦିଗରେ ଗତିକରୁଛି ବାତ୍ୟା । ୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବ ।'

ସେହିପରି ଓଡିଶାରେ ବାତ୍ୟା ଲ୍ୟାଣ୍ଡଫଲ କରିବନି, ସମାନ୍ତରାଳ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ । ସ୍ଥଳଭାଗରୁ ୨୫୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା । ମୋଡ ବଦଳାଇବା ପରେ ଗତିପଥ ପରିବର୍ତ୍ତନ ହେବ । ଦୁଇଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ପବନ ଲାଗି ରହିବ । ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 7, 2022, 10:59 PM IST

ABOUT THE AUTHOR

...view details