ଓଡିଶା

odisha

ଦାନା ବାନ୍ଧୁଛି ଲଘୁଚାପ, 48 ଘଣ୍ଟାରେ ନେଇପାରେ ଅବପାତର ରୂପ

By

Published : Nov 21, 2020, 9:04 PM IST

ଭାରତ ମହାସାଗର ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ ....

ଦାନା ବାନ୍ଧୁଛି ଲଘୁଚାପ , 48 ଘଣ୍ଟାରେ ନେଇପାରେ ଅବପାତର ରୁପ
ଦାନା ବାନ୍ଧୁଛି ଲଘୁଚାପ , 48 ଘଣ୍ଟାରେ ନେଇପାରେ ଅବପାତର ରୁପ

ଭୁବନେଶ୍ବର: ଭାରତ ମହାସାଗର ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ,ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହା ଛଡା ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇପାରେ ।

ଦାନା ବାନ୍ଧୁଛି ଲଘୁଚାପ , 48 ଘଣ୍ଟାରେ ନେଇପାରେ ଅବପାତର ରୁପ

ଆସନ୍ତା 22 ତାରିଖରୁ କଟକ,ରାୟଗଡା,କୋରାପୁଟ,ଗଞ୍ଜାମ,ନବରଙ୍ଗପୁର,କଳାହାଣ୍ଡି,ଯାଜପୁର ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର,ସୁନ୍ଦରଗଡ଼,ମୟୁରଭଞ୍ଜ ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।ଗତ ୨୪ ଘଣ୍ଟା ଭିତରେ ମୟୁରଭଞ୍ଜ, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ରେକର୍ଡ କରାଯାଇଛି ।

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ୫୧.୨ମିମି, ବାରିପଦାରେ ୪୨ ମିମି ବର୍ଷା ରେକର୍ଡ କରାଯାଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଦାରିଙ୍ଗିବାଡିରେ ୧୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ

ABOUT THE AUTHOR

...view details