ଓଡିଶା

odisha

ETV Bharat / city

Low Pressure: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, 3ରୁ ପ୍ରବଳ ବର୍ଷା - ପ୍ରବଳ ବର୍ଷା

ବଙ୍ଗୋପସାଗର(Bay Of Bengal)ରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ(Low Pressure) । ଡିସେମ୍ବର 3 ରୁ ପ୍ରବଳ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

Low Pressure: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ପ୍ରଭାବରେ 3 ରୁ ପ୍ରବଳ ବର୍ଷା
Low Pressure: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ପ୍ରଭାବରେ 3 ରୁ ପ୍ରବଳ ବର୍ଷା

By

Published : Nov 26, 2021, 10:48 AM IST

ଭୁବନେଶ୍ବର: ବଙ୍ଗୋପସାଗର(Bay Of Bengal)ରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ(Low Pressure) । ୨୯ ତାରିଖ ମଧ୍ୟରେ ଦକ୍ଷିଣ ଅଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(IMD) । ପ୍ରଭାବରେ ଡିସେମ୍ବର 3 ରୁ ଲାଗି ରହିବ ବର୍ଷ । ଉଭୟ ଉତ୍ତର ଓ ଦକ୍ଷିଣ ଓଡିଶାକୁ ସତର୍କ ସୂଚନା ।

IMDର ପୂର୍ବାନୁମାନ ଅନୁଯାୟୀ ଲଘୁଚାପ କ୍ଷେତ୍ର ସୃଷ୍ଟିର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅଧିକ ସ୍ପଷ୍ଟ ହେବ ଏବଂ ଓଡିଶା ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଡିସେମ୍ବର 3 ରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଏପରିକି ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୁପ ମଧ୍ୟ ନେଇପାରେ । ଏହାର ପ୍ରଭାବରେ ଡିସେମ୍ବର 3 ରୁ 5 ମଧ୍ୟରେ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ ଜାରି ରହିବ । ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପରୁ, ଖୋର୍ଦ୍ଧା, ପୁରୀ ନୟାଗଡ ଓ ଗଞ୍ଜାମ ।

ସେହିପରି ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ଏହିସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି । ଅନ୍ୟପଟେ ବର୍ଷା ପରେ ରାତ୍ରୀ ତାପମାତ୍ରା ବୃଦ୍ଧି ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details