ଓଡିଶା

odisha

ETV Bharat / city

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା , ଛେଚିବ ବର୍ଷା - IMD

ଆସନ୍ତା ୨୩ ତାରିଖରେ ପୁର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକ ପଢନ୍ତୁ..

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା , ଛେଚିବ ବର୍ଷା
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା , ଛେଚିବ ବର୍ଷା

By

Published : May 18, 2021, 9:07 PM IST

ଭୁବନେଶ୍ବର : କେରଳ ତାଣ୍ଡବ ରଚିବା ପରେ ଏବେ ଓଡିଶା ଆଡକୁ ଢଳୁଛି ବାତ୍ୟା । ଆସନ୍ତା ୨୩ ତାରିଖରେ ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ପ୍ରବଳ ବର୍ଷା ସମ୍ଭାବନା ।

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା , ଛେଚିବ ବର୍ଷା

ଆସନ୍ତା ୨୪ ଘଣ୍ଟା ,ବୁଧବାର ମଧ୍ୟରେ ସୁନ୍ଦରଗଡ,ମୟୁରଭଞ୍ଜ,କେନ୍ଦୁଝର,ବରଗଡ଼,ଝାରସୁଗୁଡା,ନୂଆପଡା,ମାଲକାନଗିରି,କୋରାପୁଟ ,ରାୟଗଡା ଓ ଗଜପତି ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ଵଳ୍ପ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୦ ତାରିଖରୁ କାଳବୈଶାଖୀ ଜନିତ ବର୍ଷା ବୃଦ୍ଧି ପାଇବ।

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା , ଛେଚିବ ବର୍ଷା

ଗତ ୨୪ ଘଣ୍ଟା ରେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୧.୦ଡିଗ୍ରୀ ରହିଛି। ସେହିପରି ସୋନପୁରରେ ୪୦.୮,ଅନୁଗୁଳ ରେ ୪୦.୭,ସମ୍ବଲପୁରରେ ୪୦.୫,ସୁନ୍ଦରଗଡ଼,ଟିଟିଲାଗଡ଼ ଓ ମାଲକାନଗିରିରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details