ଭୁବନେଶ୍ବର: କେରଳ ଗସ୍ତରେ ଏନଡିଆରଏଫର 5ଟି ଟିମ । ଏହି ଟିମରେ 145 ଜଣ ଏନଡିଆରଏଫ ସଦସ୍ୟ ସାମିଲ ଅଛନ୍ତି । ତେବେ କେରଳରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ରହିଛି । ଯାହାର ଉଦ୍ଧାର ପାଇଁ ଭୁବନେଶ୍ବରରୁ ଏନଡିଆରଏଫ ବା ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳର 145 ଜଣ ସଦସ୍ୟ କେରଳ ଅଭିମୁଖେ ଯାତ୍ରା କରିଛନ୍ତି।
ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଓଡିଶାରୁ କେରଳ ଗଲେ ଏନଡିଆରଏଫ ଟିମ - Low depression in kerala
କେରଳରେ ଲଘୁଚାପଜନିତ ବର୍ଷା ଓ ବନ୍ୟା ଆଶଙ୍କା ଥିବାରୁ ସମ୍ଭାବ୍ୟ ବିପର୍ଯ୍ୟୟରୁ ଲୋକଙ୍କୁ ଉଦ୍ଧାର ପାଇଁ କେରଳ ଗସ୍ତରେ ଏନଡିଆରଏଫର 5 ଟି ଟିମ । ଅଧିକ ଖବର ପଢନ୍ତୁ...
ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ କେରଳ ଗସ୍ତରେ ଏନଡିଆରଏଫ ଟିମ
ସୂଚନା ଅନୁସାରେ, ଓଡ଼ିଶାର ମୁଣ୍ଡୁଳି ଟ୍ରେନିଂ ସେଣ୍ଟରରୁ 5ଟି ଟିମରେ ଏହି ସଦସ୍ୟମାନେ ଭୁବନେଶ୍ବର ବିମାନ ବନ୍ଦରରୁ କେରଳ ଯାଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ କି, କେରଳରେ ଲଘୁଚାପଜନିତ ବର୍ଷା ଓ ବନ୍ୟା ହେବାର ଆଶଙ୍କା ଥିବାରୁ ସମ୍ଭାବ୍ୟ ବିପର୍ଯ୍ୟୟରୁ ଲୋକଙ୍କୁ ଉଦ୍ଧାର ପାଇଁ ଏହି ଟିମ ସେଠାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ