ଭୁବନେଶ୍ବର: ରାଜ୍ୟରେ ମୌସୁମୀ ବର୍ଷା ସ୍ବଭାବିକ। ପୂର୍ବ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଉପରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା। ପ୍ରବଳ ବର୍ଷା ନେଇ ୬ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିସବୁ ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ଭଦ୍ରକ, ଜଗତସିଂହପୁର ଏବଂ ବାଲେଶ୍ବର।
ଏହାସହ ଉତ୍ତର ବଙ୍ଗୋପସାଗରରେ ୨୯ ତାରିଖରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୯ ତାରିଖ ଠାରୁ ବର୍ଷାର ପରିମାଣ ବଢିବ। କିନ୍ତୁ ମସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ କୌଣସି ବାରଣ ନାହିଁ। ଗତ ୨୪ ଘଣ୍ଟା ଭିତରେ କେନ୍ଦ୍ରାପଡାର ମାର୍ଶାଘାଇରେ ସର୍ବାଧିକ ୭୬.୦ ଓ ଢେଙ୍କାନାଳ ଜିଲ୍ଲାର ଖଇରାମାଲ ଠାରେ ୪୯.୬ ମିମି ବର୍ଷା ରେକର୍ଡ କରାଯାଇଛି।