ଓଡିଶା

odisha

ETV Bharat / city

ସମୁଦ୍ର ପତ୍ତନରେ ନିମ୍ନଚାପ, ପ୍ରଭାବରେ ବର୍ଷା ସମ୍ଭାବନା - rain possibility

ସମୁଦ୍ର ପତ୍ତନରେ ଏକ ନିମ୍ନଚାପ ରେଖା ପୂର୍ବ ରାଜସ୍ଥାନରୁ ପଶ୍ଚିମ ଆସାମ ଯାଏଁ ଲମ୍ବିଥିବାର ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଓଡିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ସମୁଦ୍ର ପତ୍ତନରେ ନିମ୍ନଚାପ, ପ୍ରଭାବରେ ବର୍ଷା ସମ୍ଭାବନା
ସମୁଦ୍ର ପତ୍ତନରେ ନିମ୍ନଚାପ, ପ୍ରଭାବରେ ବର୍ଷା ସମ୍ଭାବନା

By

Published : Jun 28, 2021, 9:43 PM IST

ଭୁବନେଶ୍ବର: ଆଜି (ସୋମବାର) ସମୁଦ୍ର ପତ୍ତନରେ ଏକ ନିମ୍ନଚାପ ରେଖା ପୂର୍ବ ରାଜସ୍ଥାନରୁ ପଶ୍ଚିମ ଆସାମ ଯାଏଁ ଲମ୍ବିଥିବାର ଦେଖିବାକୁ ମିଳିଛି । ତାଛଡା ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ତା’ର ଆଖପାଖ ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୧.୫ କି.ମି ଯାଏଁ ସକ୍ରିୟ ରହିଛି ଏବଂ ଆନ୍ଧ୍ର ଉପକୂଳ ଓ ତାର ଅଖାପାଖ ଅଞ୍ଚଳରେ ଥିବା ଘୁର୍ଣ୍ଣିବଳୟ ଆଜି ସମୁଦ୍ର ପତ୍ତନ ଠାରୁ ୧.୫ କିମି ରୁ ୫.୮ କିମି ମଧ୍ୟରେ ତେଲେଙ୍ଗାନା ଉପରେ ସକ୍ରିୟ ରହିଛି ।

ସମୁଦ୍ର ପତ୍ତନରେ ନିମ୍ନଚାପ, ପ୍ରଭାବରେ ବର୍ଷା ସମ୍ଭାବନା

ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଠାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସୋନପୁରରେ ସର୍ବୋଚ୍ଚ ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details