ଭୁବନେଶ୍ବର: ପ୍ରେମରେ ହତାସ ହୋଇ ଧୋକାବାଜ ପ୍ରେମିକର ଉନ୍ମକ୍ତ କାଣ୍ଡ । ବିବାହ କରିବାରୁ ମନା କରିବାରୁ ପ୍ରେମିକାର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ଅଭିଯୋଗକୁ ଆଧାର କରି ଅନୁଗୋଳରୁ ପ୍ରେମିକକୁ ଗିରଫ କରିଛି କମିଶନରେଟ ପୋଲିସ।
ଧୋକାବାଜ ପ୍ରେମିକର ଦଗାଦିଆ ପ୍ରେମ। ଗିରଫ ପ୍ରେମିକ ଜଣକ ଝାରୁସୁଗୁଡାର ସନ୍ତୋଷ ରାଉତ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଫେକ ଆଇଡି କରି ପ୍ରେମିକାର ଭିଡିଓ ଭାଇରାଲ କରିବା ପରେ ସନ୍ତୋଷଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ, ଝାରୁସୁଗୁଡାର ଏକ ଇଞ୍ଜିନିୟରିଂ କଲେଜରେ ସନ୍ତୋଷ ପଢୁଥିବା ସମୟରେ ତାଙ୍କର ଜଣେ ଜୁନିୟର ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା।