ଓଡିଶା

odisha

ETV Bharat / city

ଖାକିରେ କଳଙ୍କ, ଚର୍ଚ୍ଚାରେ ପୋଲିସ ବାବୁଙ୍କ ପ୍ରେମ-ପ୍ରତାରଣା - ପୋଲିସ ବାବୁଙ୍କ ପ୍ରେମ-ପ୍ରତାରଣା

ଖାକିରେ କଳଙ୍କ । ପ୍ରେମ-ପ୍ରତାରଣା ଘଟଣାକୁ ନେଇ ଚର୍ଚ୍ଚାରେ ପୋଲିସବାବୁ । 3ଟି ଚର୍ଚ୍ଚିତ ଘଟଣାକୁ ନେଇ ପଢନ୍ତୁ ଆମର ଏହି ରିପୋର୍ଟ....

love break up  story by police
ଖାକିରେ କଳଙ୍କ, ଚର୍ଚ୍ଚାରେ ପୋଲିସ ବାବୁଙ୍କ ପ୍ରେମ-ପ୍ରତାରଣା

By

Published : Feb 9, 2020, 12:25 AM IST

ଭୁବନେଶ୍ବର: ପୁଣି ଖାକିରେ କଳଙ୍କ । ପ୍ରଥମେ ପ୍ରେମ ପରେ ଶାରିରୀକ ସମ୍ପର୍କ, ଆଉ ତା' ପରେ ପ୍ରତାରଣା ଦେଇ ଭଣ୍ଡେଇ ଦେଲେ ପୋଲିସ ବାବୁ । ଯାହାକୁ ନେଇ ଖାକିରେ କଳଙ୍କ ଲାଗିବା ଉପରେ ଚର୍ଚ୍ଚା ଜୋର ଧରିଛି ।

ଓଏସଏପି ୩ ବାଟାଲିୟନର ସିପାହୀ ରାଜ କିଶୋର ଭୋଇ । ଯିଏକି ଜଣେ ମହିଳାଙ୍କୁ ପ୍ରଥମେ ଭଲପାଉ ପରେ ଶାରିରୀକ ସମ୍ପର୍କ ରଖି ଧୋକା ଦେଇଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ଭିତ୍ତିକରି ଅଭିଯୁକ୍ତକୁ ଦଫା 450,376,505 ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ । କେବଳ ସେତିକି ନୁହେଁ ପୂର୍ବରୁ ମଧ୍ୟ ରାଜକିଶୋରଙ୍କ ନାଁରେ ସହୀଦ ନଗର ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ସେ 2 ମାସ ଜେଲକୁ ଯାଇ ଫେରିଥିଲେ ।

ତେବେ ଖାକିର ପ୍ରେମ ପ୍ରତାରଣାର ଅଭିଯୋଗ ଏହା ପ୍ରଥମ ନୁହେଁ । ଗତ ୫ଦିନ ମଧ୍ୟରେ ଏପରି ତିନିଟି ଘଟଣା ଘଟିଛି । ଗତ ୩ ତାରିଖରେ ମଧ୍ୟ ନୟାପଲ୍ଲୀ ଥାନାରେ ଅଭିଯୋଗ ଆଧାରରେ ରାଜ୍ୟ ବାହାର ସିଆରପିଏଫର ଜଣେ ଏସ୍‌ଆଇଙ୍କୁ ଗିରଫ କରିଥିଲା । ତାଙ୍କ ନାଁ ଭୁପିନ୍ଦର କୁମାର ସିଂ, ଘର ଉତ୍ତରାଖଣ୍ଡ ଡେରାଡୁନର ଅପର ଗଡୱାଲରେ । ୨୦୦୯ ମସିହାରୁ ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଥିଲା । ତେବେ ୨୦୧୮ରେ ଭୁପିନ୍ଦର ଭୁବନେଶ୍ବର ସିଆରପିଏଫ କ୍ୟାମ୍ପରେ କାମ କରୁଥିବା ବେଳେ ସେହି ଯୁବତୀଙ୍କୁ ଆଣି ଭୁବନେଶ୍ବରରେ ରଖିଥିଲେ । ଏପରିକି ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ହେଲେ ପରେ ବିବାହ କରିବାକୁ ଯୁବତୀ ଜିଦ ଧରିବାରୁ ଫେରାର ହୋଇଯାଇଥିଲେ ।

ଏନେଇ ନୟାପଲ୍ଲୀ ଥାନାରେ ଡିସେମ୍ବର ୨୫ରେ ଅଭିଯୋଗ କରିଥିଲେ ଯୁବତୀ । ପରେ ତାଙ୍କୁ ଧରିବା ପାଇଁ ଏକ ଟିମ ଉତ୍ତରାଖଣ୍ଡ ଯାଇ ଡିସେମ୍ବର ୩୧ରେ ଗିରଫ କରିଥିଲା । ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଆପିସିର ଧାରା ୪୧୭,୩୬୬,୨୯୪,୩୨୩ରେ ଗତ 3 ତାରିଖରେ କୋର୍ଟ ଚାଲାଣ କରିଥିଲା ।

ସେହିପରି ଗତ ୩ ତାରିଖରେ ମଧ୍ୟ ସମାନ ମହିଳା ଥାନାରେ ଆଉ ଏସଏସ ବାଟାଲିୟନର କନଷ୍ଟେବଳ ରାଜେଶ ଦାସଙ୍କ ନାଁରେ ୟୁନିଟ ୮ ଅଞ୍ଚଳର ଜଣେ ଯୁବତୀ ଆଣିଥିଲେ ପ୍ରେମ ପ୍ରତାରଣାର ଅଭିଯୋଗ। । ରାଜେଶ ଜଣେ ବିବାହିତ ପୁରୁଷ ହୋଇ ମଧ୍ୟ ଜଣେ ଯୁବତୀଙ୍କ ସମ୍ପର୍କରେ ଥିଲେ । ଏପରିକି ଏ କଥା ରାଜେଶଙ୍କ ଘରେ ଜଣାପଡିବା ପରେ ମଧ୍ୟ ଯୁବତୀଙ୍କଠୁ ଦୁରେଇ ଯାଇଥିଲେ । ପରେ ଶାରିରୀକ ସମ୍ପର୍କ ରଖିବା ପରେ ଧୋକା ଦେଇଥିଲେ ।

ଏନେଇ ଯୁବତୀ ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିବା ସହ ବିଷ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ତେବେ ଯୁବତୀ ଜଣଙ୍କ ସୁରକ୍ଷିତ ଥିବାବେଳେ ରାଜେଶଙ୍କୁ ଆପିସିର ଦଫା ୩୭୬ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିସନରେଟ ପୋଲିସ । ଯାହାକି ତିନୋଟି ଘଟଣା ଖାକିର ଆଢୁଆଳରେ ପ୍ରେମ-ପ୍ରତାରଣା ପ୍ରତିଛବି ଖାକିକୁ ବଦନାମ କରିଛି । ଯାହା ଏବେ ସାରା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details