ଓଡିଶା

odisha

ETV Bharat / city

ବାହୁଡିଲେ ଲିଙ୍ଗରାଜ - ବାହୁଡ଼ିଲେ ଲିଙ୍ଗରାଜ

ବିନା ଭକ୍ତର ଶେଷ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ରଥରେ ମାଉସୀମା ମନ୍ଦିରରୁ ଲିଙ୍ଗରାଜ ମନ୍ଦିରକୁ ବାହୁଡିଲେ ମହାପ୍ରଭୁ ଲିଙ୍ଗରାଜ । ଅଧିକ ପଢନ୍ତୁ...

ବାହୁଡ଼ିଲେ ଲିଙ୍ଗରାଜ
ବାହୁଡ଼ିଲେ ଲିଙ୍ଗରାଜ

By

Published : Apr 24, 2021, 7:31 PM IST

ଭୁବନେଶ୍ବର:ବିନା ଭକ୍ତର ଶେଷ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ରଥରେ ମାଉସୀମା ମନ୍ଦିରରୁ ଲିଙ୍ଗରାଜ ମନ୍ଦିରକୁ ବାହୁଡିଲେ ମହାପ୍ରଭୁ ଲିଙ୍ଗରାଜ । ମାଉସୀମା ମନ୍ଦିରରୁ ବାହାରି ରଥରେ ବିଜେ ହେଲେ ପ୍ରଭୁ ଲିଙ୍ଗରାଜ, ମା ରୁକ୍ମିଣୀ ଏବଂ ଦୋଳଗୋବିନ୍ଦ।

ସପ୍ତାହନ୍ତ ସଟଡାଉନ ଓ କୋଭିଡ କଟକଣା ଭିତରେ ଶୃଙ୍ଖଳିତ ବାହୁଡା ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଅପରାହ୍ନ ୧ଟା ୨୦ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା । ଲିଙ୍ଗରାଜଙ୍କ ରଥ ଖଳାରେ ସନ୍ଧ୍ୟା ୫ଟା ୨୦ରେ ପହଁଞ୍ଚିଲା ରଥ ।

ବାହୁଡ଼ିଲେ ଲିଙ୍ଗରାଜ

ଶନିବାର ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ନୀତିକାନ୍ତି। ସକାଳ ଧୂପ ଓ ରୋଷ ନୀତି ପରେ ପହଣ୍ଡି ହୋଇଥିଲା। ରାମେଶ୍ୱର ମନ୍ଦିରରୁ ଘଣ୍ଟ ଶବ୍ଦରେ ତିନି ବିଗ୍ରହଙ୍କର ହୋଇଥିଲା ପହଣ୍ଡି ଓ ରଥାରୂଢ କାର୍ଯ୍ୟକ୍ରମ । ପରେ ରଥରେ ଘୋଡା ବନ୍ଧା ଯିବାପରେ ହୋଇଥିଲା ରଥଟଣା । ବିନା ଭକ୍ତରେ ଗଡ଼ିଲା ରୁକୁଣା ରଥ। ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ମାଧ୍ୟମରେ ହୋଇଥିଲା ରଥଟଣା । ବାହୁଡା ଯାତ୍ରାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ରଥଦାଣ୍ଡରେ 144 ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ ଲଗାଯାଇଥିଲା ରୋକ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details