ଭୁବନେଶ୍ବର: ଦିଲ୍ଲୀରେ ଉଠିଲା ଜଗନ୍ନାଥଙ୍କ ଅର୍ଥ ପ୍ରସଙ୍ଗ। ୟେଶ ବ୍ୟାଙ୍କରେ ଜମା ଥିବା 545 କୋଟି ଟଙ୍କା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଅର୍ଥମନ୍ତ୍ରୀଙ୍କୁ ଭେଟିବା ସହ ସହ ତୁରନ୍ତ ସମାଧାନର ବାଟ ବାହାର କରିବାକୁ ଦାବି କରିଛନ୍ତି ।
ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗ; କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ - Jagannath's money in Yes Bank issue
ଦିଲ୍ଲୀରେ ଉଠିଲା ଜଗନ୍ନାଥଙ୍କ ଅର୍ଥ ପ୍ରସଙ୍ଗ। ୟେସ ବ୍ୟାଙ୍କରେ ଜମା ଥିବା 545 କୋଟି ଟଙ୍କା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ଅଧିକ ପଢନ୍ତୁ...
![ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗ; କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ Yes Bank issue](https://etvbharatimages.akamaized.net/etvbharat/prod-images/768-512-6367841-thumbnail-3x2-bbsr.jpg)
ଜଗନ୍ନାଥଙ୍କ ଟଙ୍କା ୟେଶ ବ୍ୟାଙ୍କରେ ଜମା ପ୍ରସଙ୍ଗ, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ
ଯେହେତୁ ଜଗନ୍ନାଥଙ୍କ ସହିତ କୋଟି କୋଟି ଓଡିଆଙ୍କ ଭାବାବେଗ ଜଡିତ ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ସେମାନେ କହିଛନ୍ତି। ସୂଚନାଥାଉକି, ୟେସ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥଙ୍କ 545 କୋଟି ଟଙ୍କା ସ୍ଥାୟୀ ଜମାରାଶି ଆକାରରେ ରହିଥିଲା । ଯାହାକୁ ସରକାର ମାର୍ଚ୍ଚା 19 ଓ ମାର୍ଚ୍ଚ 30 ତାରିଖରେ ଉଠାଇଆଣିବେ ବୋଲି ଚିନ୍ତା କରିଥିଲେ । ତେବେ ୟେସ ବ୍ୟାଙ୍କରେ ସଙ୍କଟ ଦେଖାଦେବାରୁ ମାସକୁ ମାତ୍ର 50 ହଜାର ଟଙ୍କା ଉଠାଇପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ