ଭୁବନେଶ୍ବର: ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା ଓ ହଟ୍ଟଗୋଳ। ଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ହଟ୍ଟଗୋଳ କରିବାରୁ ଗୃହ 11.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା ।
ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ; ସିବିଆଇ ତଦନ୍ତ ଦାବିରେ ବିଧାନସଭା ଅଚଳ - lord jagannath money in yes bank issues
ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା ଓ ହଟ୍ଟଗୋଳ। ଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ହଟ୍ଟଗୋଳ କରିବାରୁ ଗୃହ 11.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା ।
ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ; ସିବିଆଇ ତଦନ୍ତ ଦାବିରେ ବିଧାନସଭା ଅଚଳ
ବିଜେପି ବିଧାୟକ ସିଧା ଦାବି କରିଥିଲେ ଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା କିପରି ହେଲା, ସରକାର କେତେ ସୁଦ୍ଧା ପାଇଛନ୍ତି ତାର ତଦନ୍ତ ହେବା ଦରକାର। ବାଚସ୍ପତି ଗୃହ କମିଟି ଗଠନ କରନ୍ତୁ, କମିଟି ତଦନ୍ତ କରି ରିପୋର୍ଟ ଦେବ। ସେହିପରି ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଉ ବୋଲି ବିଜେପି ସଭ୍ୟ ଦାବି କରିଥିଲେ। ଫଳରେ ଗୃହ ମାତ୍ର 2 ମିନିଟ ଚାଲିଥିଲା। ଗୃହରେ ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି 11ଟା 30 ଯାଏ ଗୃହକୁ ମୁଲତବୀ ରଖିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Mar 13, 2020, 12:16 PM IST