ଓଡିଶା

odisha

ETV Bharat / city

ହସ୍ପିଟାଲରେ ଭର୍ତ୍ତି ବଳଭଦ୍ରଙ୍କ ବରିଷ୍ଠ ସେବାୟତ, ରଥଟଣାରେ ଲାଗିଥିଲା ଆଘାତ

ବଳଭଦ୍ରଙ୍କ ବରିଷ୍ଠ ସେବାୟତ ବାଉରୀବନ୍ଧୁ ଦାସ ମହାପାତ୍ର ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ। ରଥଟଣା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

By

Published : Jun 24, 2020, 2:53 PM IST

Updated : Jun 25, 2020, 6:52 AM IST

ଘରୋଇ ହସ୍ପିଟାଲରେ ବଳଭଦ୍ରଙ୍କ ବରିଷ୍ଠ ସେବାୟତ, ରଥଟଣାରେ ଲାଗିଥିଲା ଆଘାତ
ଘରୋଇ ହସ୍ପିଟାଲରେ ବଳଭଦ୍ରଙ୍କ ବରିଷ୍ଠ ସେବାୟତ, ରଥଟଣାରେ ଲାଗିଥିଲା ଆଘାତ

ଭୁବନେଶ୍ବର: ଘରୋଇ ହସ୍ପିଟାଲରେ ଭର୍ତ୍ତି ବଳଭଦ୍ରଙ୍କ ବରିଷ୍ଠ ସେବାୟତ । ରଥଟଣା ବେଳେ ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବରିଷ୍ଠ ସେବାୟତ ବାଉରୀବନ୍ଧୁ ଦାସ ମହାପାତ୍ର । ରଥଟଣା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ନ୍ୟୁରୋ ସର୍ଜରି ବିଭାଗର ବରିଷ୍ଠ ଡାକ୍ତର ଦେବବ୍ରତ ବିଶ୍ବାଳ ବର୍ତ୍ତମାନ ତାଙ୍କୁ ଚିକିତ୍ସା କରୁଛନ୍ତି। ସେପଟେ ବୁଧବାର ହସ୍ପିଟାଲକୁ ଯାଇ ତାଙ୍କୁ ଭେଟିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା। ସମସ୍ତ ପ୍ରକାର ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 25, 2020, 6:52 AM IST

ABOUT THE AUTHOR

...view details