ଓଡିଶା

odisha

ETV Bharat / city

Nuakhai Festival, ନୂଆଁଖାଇକୁ ରାଜ୍ୟସ୍ତରୀୟ ଛୁଟିରେ ସାମିଲ କରିବାକୁ ଦାବି - ନୂଆଁଖାଇ2022

ନୂଆଁଖାଇକୁ ରାଜ୍ୟସ୍ତରୀୟ ଛୁଟିରେ ସାମିଲ କରାଯାଉ । ଏଥିପାଇଁ ଅନୁନ୍ୟ ଦୁଇ ଦିନର ଛୁଟି ଘୋଷଣା ହେଉ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ବରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

ନୂଆଁଖାଇକୁ ରାଜ୍ୟସ୍ତରୀୟ ଛୁଟିରେ ସାମିଲ କରିବାକୁ ଦାବି
ନୂଆଁଖାଇକୁ ରାଜ୍ୟସ୍ତରୀୟ ଛୁଟିରେ ସାମିଲ କରିବାକୁ ଦାବି

By

Published : Aug 28, 2022, 7:52 AM IST

ଭୁବନେଶ୍ବର: ନୂଆଁଖାଇକୁ ରାଜ୍ୟସ୍ତରୀୟ ଛୁଟିରେ ସାମିଲ କରାଯାଉ (Nuakhai Festival) । ଏଥିପାଇଁ ଅନୁନ୍ୟ ଦୁଇ ଦିନର ଛୁଟି ଘୋଷଣା ହେଉ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ବରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ନୂଆଁଖାଇକୁ ରାଜ୍ୟସ୍ତରୀୟ ଛୁଟିରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ସହ ରାଜ୍ୟର ଅନେକ ଜିଲ୍ଲାରେ ପାଳନ କରାଯାଉଛି । ସମ୍ବଲପୁର ଭାଷାଭାଷୀ ଲୋକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଛନ୍ତି । ନୂଆଁଖାଇରେ ପଶ୍ଚିମ ଓଡିଶାର ଲୋକ ସେମାନଙ୍କର ଗାଁକୁ ଯିବେ । ସ୍ବର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ 2 ଦିନ ଏଥିପାଇଁ ଦିଆଯାଉଥିଲା । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହାକୁ ସରକାରୀ ଭାବେ ଘୋଷଣା କରିନାହାନ୍ତି । ଫଳରେ ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।

ନୂଆଁଖାଇକୁ ରାଜ୍ୟସ୍ତରୀୟ ଛୁଟିରେ ସାମିଲ କରିବାକୁ ଦାବି

ଆସନ୍ତା 1 ଓ 2 କିମ୍ବା 31 ଓ 1 ତାରିଖ ଛୁଟି ଦିଆଯାଉ ବୋଲି ଜୟ ଦାବି କରିଛନ୍ତି । ଓଡିଶା ସ୍ତରର ନହେଲେ ବି ଅନେକ ପର୍ବ ପର୍ବାଣୀରେ ଛୁଟି ଦିଆଯାଉଛି । ନୂଆଁଖାଇରେ ବି ଛୁଟି ଦିଆଯାଉ ବୋଲି ସେ ଦାବି କରିଛନ୍ତି । ଏଥିପାଇଁ ଗତକାଲି ଚିଠି ଲେଖିଥିବାବେଳେ ଶନିବାର ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା । ନୂଆଁଖାଇ ପାଇଁ 2 ଦିନ ସ୍ଥାନୀୟ ‌ଛୁଟି ଘୋଷଣା କରାଯାଉ ବୋଲି ଦାବି କରିଥିଲେ ଜୟ । ଖରିଫ ଋତୁରେ ପ୍ରଥମ ଫସଲ ଚାଷୀମାନେ ଇଷ୍ଟଦେବୀଙ୍କୁ ଅର୍ପଣ କରିଥାନ୍ତି । ବୃହତର ସ୍ବାର୍ଥ ଦୃଷ୍ଟିରୁ 2 ଦିନ ଛୁଟି ଦେବାକୁ ସେ ଦାବି କରିଛନ୍ତି । ଏହା ସହ ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ଜୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details