ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଛି । ପୁଣି ଗନ୍ ପଏଣ୍ଟରେ ଲୁଟି ନେଇଗଲେ ୫୮ ହଜାର । ବାଲିଅନ୍ତା ଥାନା ଭିଙ୍ଗାରପୁର ନିକଟରେ ଘଟିଛି ଏହି ଘଟଣା। ସୋମବାର ଦିନ ଦିପହରେ ଏଭଳି ଲୁଟର ଶିକାର ହୋଇଛନ୍ତି ସେଣ୍ଟ୍ରମ ମାଇକ୍ରୋକ୍ରେଡିଟ ଲିମିଟେଡର ଲୋନ୍ ଅଫିସର ଶରତ ବରାଳ।
ମାତିଛନ୍ତ ଲୁଟେରା, ଗନ ପଏଣ୍ଟରେ 58 ହଜାର ଟଙ୍କା ଲୁଟ୍ - bhubaneswar news
ରାଜଧାନୀ ଉପକଣ୍ଠରେ ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଛି । ପୁଣି ଗନ୍ ପଏଣ୍ଟରେ ଲୁଟି ନେଇଗଲେ ୫୮ ହଜାର । ଅଧିକ ପଢନ୍ତୁ..
ମାତିଛନ୍ତ ଲୁଟେରା, ଗନ ପଏଣ୍ଟରେ 58 ହଜାର ଟଙ୍କା ଲୁଟ୍
ଲୁଟେରା ମାନେ ଶରତଙ୍କ ବାଇକକୁ ଅଟକାଇଥିଲେ ପରେ ଶରତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପର୍ସ ଓ ମୋବାଇଲ ଚାବି ଫୋପାଡି ଦେଇଥିଲେ। ଏହାପରେ ବ୍ୟାଗରୁ ୫୮ହଜାର ଟଙ୍କା ନେଇ ଦୁଇଜଣ ଲୁଟେରା ବ୍ଲାକ୍ ପଲସରରେ ଚମ୍ପଟ ମାରିଥିଲେ । ମାସ୍କ ପିନ୍ଧିଥିବାରୁ ଲୁଟେରାଙ୍କୁ ଚିହ୍ନି ପାରିନଥିବା ଥାନାରେ ଅଭିଯୋଗ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ