ଭୁବନେଶ୍ବର:ଗୁଳି ଫୁଟାଇ ରାଜଧାନୀରେ ଏକ ସୁନା ଦୋକାନରୁ ଲୁଟ କରିଛନ୍ତି ଦୁର୍ବୃତ୍ତ । ଭୁବନେଶ୍ବରର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଥିବା ସାଗରିକା ଜୁଏଲାରୀରୁ ଆଜି ଏହି ଲୁଟପାଟ ହୋଇଛି । ଗହଣା ଲୁଟ ପରେ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଏନେଇ ଖବର ପାଇବା ପରେ ପୋଲିସର ୧୦ଟି ଟିମ ଲୁଟେରାଙ୍କୁ ଧରିବା ପାଇଁ ତାଙ୍କ ପଛରେ ଗୋଡାଉଛି ।
ଗୁଳି ଫୁଟାଇ ସୁନା ଦୋକାନରୁ ଲୁଟ୍, ଲୁଟେରା ପଛରେ ୧୦ଟି ପୋଲିସ ଟିମ - ଗୁଳି ଫୁଟାଇ ସୁନା ଦୋକାନରୁ ଲୁଟ
ଗୁଳି ଫୁଟାଇ ସୁନା ଦୋକାନରୁ ଲୁଟପାଟ । ଲୁଟେରାଙ୍କୁ ଧରିବା ପାଇଁ ଗୋଡାଉଛି ୧୦ଟି ପୋଲିସ ଟିମ୍ । ଅଧିକ ପଢନ୍ତୁ

ଗୁଳି ଫୁଟାଇ ସୁନା ଦୋକାନରୁ ଲୁଟ୍, ଲୁଟେରା ପଛରେ ୧୦ଟି ପୋଲିସ ଟିମ୍
ଗୁଳି ଫୁଟାଇ ସୁନା ଦୋକାନରୁ ଲୁଟ୍, ଲୁଟେରା ପଛରେ ୧୦ଟି ପୋଲିସ ଟିମ
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଦୁର୍ବୃତ୍ତମାନେ ଲୁଟ୍ କରିବା ପରେ ମଳିପଡା ଗେଟ୍ ଦେଇ ଲାଲ୍ ରଙ୍ଗର ବାଇକରେ ଛୁ ମାରିଛନ୍ତି । ବାଟରେ ଗାଡିରୁ ତେଲ ସରିଯିବାରୁ ବନ୍ଧୁକ ମୁନରେ ଆଉ ଜଣେ ଲୋକଙ୍କୁ ଡରାଇ ତାଙ୍କ ଠାରୁ ଗାଡି ନେଇ ପଳାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ସିସିଟିଭି ଯାଞ୍ଚ କରିବା ସହ ପଚରାଉଚରା କରୁଛି । ଲୁଟେରାମାନଙ୍କୁ ଧରିବା ପାଇଁ ପୋଲିସ ମଧ୍ୟ ତାଙ୍କ ପଛରେ ଗୋଡାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Mar 16, 2022, 3:26 PM IST