ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା । ପୋଲିସ ସ୍ପେଶାଲ ସ୍କ୍ବାଡ ଅଫିସର କହି ଗାଡି ଅଟକାଇ ଡ୍ରାଇଭରକୁ ଅପହରଣ ପରେ ଗାଡି ଲୁଟ ଅଭିଯୋଗ । ଏପରି ଅଭିଯୋଗ ଆସିଛି ମଞ୍ଚେଶ୍ବର ଥାନା ଅଧୀନ ଚକେଶିଆଣି ଅଞ୍ଚଳରୁ । ଗତରାତିରେ ଏପରି ଘଟିଥିବା ସୂଚନା ଜଣାପଡିଛି । ଏନେଇ ମଞ୍ଚେଶ୍ବର ଥାନାରେ ଏତଲା ହେବା ପରେ ତଦନ୍ତ ଆରମ୍ଭ କରିବା ସହ ଲୁଟ ହୋଇଥିବା ପିକ-ଅପ ଭ୍ୟାନକୁ ଜବତ କରିଛି ପୋଲିସ ।
ଧନିଆ ବୋଝେଇ ପିକଅପକୁ ଗଞ୍ଜେଇ କହି ଅଟକାଇଲେ, ନିଜକୁ ପୋଲିସ କହି ଅପହରଣ ପରେ ଲୁଟିଲେ - bhubaneswer news
14:52 August 26
ଧନିଆ ବୋଝେଇ ପିକ-ଅପକୁ ଗଞ୍ଜେଇ କହି ଅଟକାଇଲେ, ସ୍ପେଶାଲ ସ୍କ୍ବାଡ ଅଫିସର କହି ଅପହରଣ ପରେ ଲୁଟିଲେ
ମିଳିଥିବା ସୂଚନା ଅନୁସାରେ, କୋରାପୁଟରୁ ଆସୁଥିବା ଏକ OD୨AAW୬୧୨୬ ନମ୍ବର ନମ୍ବର ବିଶିଷ୍ଟ ପିକ-ଅପ ଭ୍ୟାନକୁ ଜୟଦେବ ଵିହାର ନିକଟରେ ନିଜକୁ କିଛି ଦୁର୍ବୃତ୍ତ ନିଜକୁ ସ୍ପେଶାଲ ସ୍କ୍ବାଡର ଇନସ୍ପେକ୍ଟର ଓ ସବ ଇନସ୍ପେକ୍ଟର ବୋଲି ପରିଚୟ ଦେବା ସହ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି କହି ଚେକିଂ ପାଇଁ ଅଟକାଇଥିଲେ। ପରେ ଶହୀଦନଗର ଓ ମଞ୍ଚେଶ୍ବର ଥାନାକୁ ଚାଲ କହି ଗାଡିରେ ଡ୍ରାଇଭରକୁ ନେଇ ଚକେଇଶିଆଣି ଆସିଥିଲେ। ସେଠାରେ ଡ୍ରାଇଭରର ପର୍ସରୁ ୧୦ହଜାର ଟଙ୍କା ସହ ମୋବାଇଲ ଛଡାଇନେଇ ଡ୍ରାଇଭରକୁ ମାଡ ମାରି ଗାଡିରୁ ଠେଲି ଦେଇଥିଲେ । ପରେ ଧନିଆ ବୋଝେଇ ପିକ-ଅପକୁ ନେଇ ଘଟଣାସ୍ଥଳରୁ ଫେରାର ମାରିଥିଲେ ଦୁର୍ବୃତ୍ତ ।
ଆହତ ହୋଇ ରାସ୍ତା କଡରେ ପଡିଥିବା ଡ୍ରାଇଭର ପାଟ୍ରୋଲିଂ କରୁଥିବା ପୋଲିସ ସହାୟତାରେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଡ୍ରାଇଭର ଜଣଙ୍କ କଟକ ଶଙ୍କରପୁର ପ୍ରହଲାଦ ସାହୁ ବୋଲି ଜଣାପଡିଛି । ଅଭିଯୋଗ ଆଧାରରେ ପୋଲିସ ଟ୍ରାକ କରି ଧନିଆ ବୋଝେଇ ଲୁଟ ଗାଡିକୁ ହାଇଟେକ ଛକରୁ ଜବତ କରିଛି। ଏଥିସହ ଜଣେ ଲୁଟେରାର ଟେର ପାଇଥିବାବେଳେ ଵିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ