ଓଡିଶା

odisha

By

Published : Aug 30, 2019, 7:34 PM IST

ETV Bharat / city

ଦିନ ଦ୍ବିପ୍ରହରେ ଘରେ ପଶି ଲୁଟିନେଲେ 15 ଲକ୍ଷ

ଶୁକ୍ରବାର ଭୁବନେଶ୍ବରର ଜଗନାଥ ନଗର ଏକ ନମ୍ବର ଲେନରେ ଲୁଟେରାମାନେ ଦିନ ଦ୍ବିପ୍ରହରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଛନ୍ତି  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଦ୍ବିପ୍ରହରେ ଲୁଟ୍ । ଶୁକ୍ରବାର ଭୁବନେଶ୍ବରର ଜଗନାଥ ନଗର ଏକ ନମ୍ବର ଲେନରେ ଲୁଟେରା ମାନେ ଦିନ ଦ୍ବିପ୍ରହରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଭୁବନେଶ୍ବରର ଜଗନାଥ ନଗର ଏକ ନମ୍ବର ଲେନରେ ଦୁଇ ଭାଇ ନିଜ ପରିବାର ସହ ରୁହନ୍ତି । ତେବେ ଶୁକ୍ରବାର ପରିବାରର ସମସ୍ତ ସଦସ୍ୟ ଗୋଟିଏ ରୁମରେ ଥିବାବେଳେ ଅପରାହ୍ନ ପ୍ରାୟ ଦିନ 2'ଟା 30 ସମୟରେ ଲୁଟେରା ମାନେ ଅତି ଚତୁରତାର ସହ ଅନ୍ୟ ଘରର କବାଟ ଲକ କାଟି ଘର ଭିତରକୁ ପଶିଥିଲେ । ଏହାପରେ ଘରେ ଥିବା ଆଲମୀରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିଥିଲେ।

ଏହାପରେ ଦିନ 3ଟାରେ ପରିବାର ଲୋକ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବିଲ୍ଡିଂରେ ସିସିଟିଭି କ୍ୟାମେରା ନଥିବା ଘଟଣାକୁ ଗମ୍ଭୀର କରିଛି । ତେବେ ଲୁଟ୍ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ 15 ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details