ଭୁବନେଶ୍ବର : ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ (Murder in Bhubaneswar) । ଚେନ୍ ଲୁଟ ପାଇଁ ବିଚ ରାସ୍ତାରେ ହତ୍ୟା ଉଦ୍ୟମ ( Murder for Loot) । ରସୁଲଗଡର ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଛୁରିରେ ଆକ୍ରମଣ କଲେ ଦୁଇ ଅପରାଧୀ । ଶେଷରେ ଚିକିତ୍ସିତ ଆବସ୍ଥାରେ ଆଖି ବୁଜିଲେ ଆକ୍ରଣରେ ଶିକାର ବ୍ୟକ୍ତି । ଏଭଳି ଘଟଣା ଘଟିଛି ଭୁବନେଶ୍ବର କମିସନରେଟ ପୋଲିସ ଅଞ୍ଚଳ ଶହୀଦ ନଗର ଥାନା । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବ୍ୟବସାୟୀ ସନ୍ତୋଷ ରାଉତ । ତେବେ ଏହି ଘଟଣାରେ କେନ୍ଦ୍ରାପଡା ଗ୍ୟାଙ୍ଗ ( Kendrapara Gang)ର ହାତ ଥିବା ନେଇ ସନ୍ଦେହ କରୁଛି ପୋଲିସ ।
ସୂଚନା ଅନୁଯାୟୀ ଗତ ୩ ତାରିଖ ଶୁକ୍ରବାର ସନ୍ଧ୍ୟାରେ ସନ୍ତୋଷ ରାଉତଙ୍କ ଠାରୁ ଚେନ ଲୁଟ କରିବାକୁ ଯାଇ ଦୁର୍ବୃତ୍ତ ମାନେ ତାଙ୍କ ପେଟକୁ ଧାରୁଆ ଛୁରୀରେ ଭୁଷି ଆକ୍ରମଣ କରିଥିଲେ । ପରେ ଦୁଇଦିନ ଧରି ଚିକିତ୍ସିତ ହେବା ପରେ ହସ୍ପିଟାଲରେ ୫ ତାରିଖରେ ପ୍ରାଣ ହରାଇଥିଲେ। ଯାହାକୁ ନେଇ ରାଜଧାନୀରେ ଅପରାଧୀଙ୍କ ସ୍ଥିତିକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ଘଟଣାରେ କେନ୍ଦ୍ରାପଡା ଗ୍ୟାଙ୍ଗର ହାତ ରହିଥିବା ପୋଲିସ ସନ୍ଦେହ କରି ଦୁଇ ଦିନ ହେଲା କେନ୍ଦ୍ରାପଡାରେ କମିସନରେଟ ପୋଲିସ ରେଡ କରିଛି ।
ତେବେ କେବଳ ଏହି ଘଟଣା ନୁହେଁ ସପ୍ତାହ ମଧ୍ୟରେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ବୃଦ୍ଧା ଦମ୍ପତିଙ୍କ ଘରେ ପଶି ଡକାୟତି ଗ୍ୟାଙ୍ଗ ବୃଦ୍ଧାଙ୍କ ଗହଣା ଓ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ। ସେହିପରି ଖଣ୍ଡଗିରିରେ ଏକ ଗହଣା ଦୋକାନରେ ଗ୍ରିଲ ତାଡି ସଟର କାଟି ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟ ହୋଇଥିଲା । ତେବେ ଏହି ସବୁ ଘଟଣା ପଠରେ ପଛରେ ଏକ ଗ୍ୟାଙ୍ଗର ହାତ ରହିଥିବା ପୋଲିସ ସନ୍ଦେହ କରୁଛି । ଯାହାକୁ ଧରିବା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏନେଇ ଏକ ଟିମ ଗଠନ କରି କମିସନରେଟ ପୋଲିସ ତଦନ୍ତ ଚଳାଇଛି।