ଓଡିଶା

odisha

ETV Bharat / city

ବାତ୍ୟା ମୁକାବିଲା ପାଇଁ ଦୀର୍ଘସୂତ୍ରୀ ଯୋଜନା, କେନ୍ଦ୍ର ଗୁରୁତ୍ବ ଦେବା ଜରୁରୀ: ଦେବୀ - ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର

କେନ୍ଦ୍ର ନିକଟରେ ରାଜ୍ୟର ଦାବି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସାମୁଦ୍ରିକ ବାତ୍ୟା ରୋକିବା ପାଇଁ ଦୀର୍ଘମିଆଦୀ ଯୋଜନା ଜରୁରୀ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

bjd mla debiprasad mishra
ଦୀର୍ଘ ମିଆଦୀ ଯୋଜନା ନେଇ ରାଜ୍ୟର ଦାବିକୁ କେନ୍ଦ୍ର ଗୁରୁତ୍ବ ଦେବା ଜରୁରୀ

By

Published : May 29, 2021, 6:22 PM IST

ଭୁବନେଶ୍ବର:କେନ୍ଦ୍ର ନିକଟରେ ରାଜ୍ୟର ଦାବି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଦୀର୍ଘମିଆଦୀ ଯୋଜନା କଥା ସରକାର ଉଲ୍ଲେଖ କରିଛନ୍ତି, ବାରମ୍ବାର ପ୍ରାକୃତିକ ଦୁର୍ବିପାକରେ ରାଜ୍ୟ ଶିକାର ହୋଇଛି । ଏଥିରୁ ମୁକୁଳିବା ପାଇଁ ଦୀର୍ଘସୂତ୍ରୀ ଯୋଜନା ଜରୁରୀ ।

ଦୀର୍ଘ ମିଆଦୀ ଯୋଜନା ନେଇ ରାଜ୍ୟର ଦାବିକୁ କେନ୍ଦ୍ର ଗୁରୁତ୍ବ ଦେବା ଜରୁରୀ

ଗତକାଲି (ଶୁକ୍ରବାର) ରାଜ୍ୟରେ ବାତ୍ୟା ୟସର ଏରିଏଲ ସର୍ଭେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ କ୍ଷୟକ୍ଷତି ନେଇ ବାତ୍ୟା ୟସର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପରେ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ସେ କହିଛନ୍ତି କେଉଁ ଫଣ୍ଡରୁ ଆସିଛି ତାହା ସ୍ପଷ୍ଟ ହୋଇନି । ଯେଉଁ ଫଣ୍ଡରୁ ଆସୁନା କାହିଁକି ଏହା ରାଜ୍ୟପାଇଁ ସ୍ବାଗତଯୋଗ୍ୟ । ତେବେ ରାଜ୍ୟ ସରକାର ୟସ୍ ପୁନରୁଦ୍ଧାର ଖର୍ଚ୍ଚ କରିବେ । କିନ୍ତୁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ପାଇଁ ଦାବି କରିଛନ୍ତି । କେନ୍ଦ୍ର ଏନେଇ ବିଚାର କରିବା ଜରୁରୀ ବୋଲି ଦେବୀ କହିଛନ୍ତି ।

ରାଜ୍ୟରେ ପ୍ରତି ବର୍ଷ ପ୍ରାକୃତିକ ଦୈବି ଦୁର୍ବିପାକ ଆସି ବ୍ୟାପକ କ୍ଷୟକ୍ଷତି ଘଟୁଛି । ରାଜ୍ୟରେ ମହାବାତ୍ୟା ପରେ ସାମୁଦ୍ରିକ ଝଡ ବାତ୍ୟା ପ୍ରତିବର୍ଷ ଆସୁଛି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବ୍ୟାପକ କ୍ଷୟକ୍ଷତି ସହ ଧନଜୀବନ ନଷ୍ଟ ହେଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏକ ଦୀର୍ଘମିଆଦୀ ଯୋଜନା କରିବା ପାଇଁ କେନ୍ଦ୍ର ପାଖରେ ଦାବି ରଖିଛନ୍ତି । ବିଦ୍ୟୁତ ବ୍ୟବସ୍ଥା ପାଇଁ ଭୂତଳ ବ୍ୟବସ୍ଥା ଓ ସମୁଦ୍ର ଉପକୂଳବର୍ତ୍ତୀ ଗାଁ ଗୁଡିକରେ ଜୁଆର ରୋକିବା ପାଇଁ ସିମେଣ୍ଟ କାନ୍ଥ କରିବା ପାଇଁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details