ଭୁବନେଶ୍ବର: ଆଜିଠାରୁ(ବୁଧବାର) ଖୋଲିଲା ଲୋକସେବା ଭବନ। ରାଜ୍ୟରେ କୋରୋନା ମହାମାରୀର ପ୍ରାଦୁର୍ଭାବ କମି ଆସୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା କୋହଳ କରାଯାଇଛି । ଦୀର୍ଘ ୧୦ମାସ ଧରି ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ଥିବା ଲୋକସେବା ଭବନକୁ ସରକାର ଖୋଲିଛନ୍ତି ।
ତେବେ ଦୈନିକ ପାସ୍ ବ୍ୟବସ୍ଥା ଆଉ ଅଫଲାଇନରେ ନକରି ଅନଲାଇନ ଜରିଆରେ ହେବ । ଦୈନିକ ପାସଧାରୀଙ୍କୁ ଅନୁମତି ଦିଆଯିବା ପୂର୍ବରୁ ଗୃହବିଭାଗ ସ୍ବତନ୍ତ୍ର ସଚିବଙ୍କ ଅନୁମୋଦନର ଆବଶ୍ୟକତା ଥିବା କୁହାଯାଇଛି ।