ଓଡିଶା

odisha

ETV Bharat / city

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ବ୍ୟକ୍ତିଗତ ଭାବେ ହାଜିରା ପାଇଁ ଲୋକାୟୁକ୍ତଙ୍କ ନୋଟିସ - lokayukta send notice to IAS officer

ଆଇଏଏସ୍ ଅଫିସର ତଥା ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । 21 ତାରିଖରେ ବ୍ୟକ୍ତିଗତ ଭାବେ ହାଜିରା ପାଇଁ ଲୋକାୟୁକ୍ତଙ୍କ ନୋଟିସ ।

ଫାଇଲ ଫଟୋ

By

Published : Nov 11, 2019, 12:53 PM IST

Updated : Nov 11, 2019, 1:00 PM IST

ଭୁବନେଶ୍ବର: ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ । ବ୍ୟକ୍ତିଗତ ଭାବେ ହାଜିରା ହେବାକୁ ନିର୍ଦ୍ଦେଶ । 21 ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସରେ ଦର୍ଶାଇଛନ୍ତି ଲୋକାୟୁକ୍ତ ।

ସୂଚନା ଅନୁସାରେ, ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତ ପୂର୍ବରୁ ନୋଟିସ କରିଥିଲେ । ବିଷ୍ଣୁପଦ ସେଠୀ 2013ରୁ 2016 ମସିହା ଭିତରେ ରାଜ୍ୟ ସମବାୟ ବ୍ୟାଙ୍କର ମ୍ୟାନେଜମେଣ୍ଟ ଇନ୍ଚାର୍ଜ ଥିବାବେଳେ ପ୍ରାୟ 4 ଲକ୍ଷ 28 ହଜାର ଟଙ୍କା ବେଆଇନ ଭାବେ ଗ୍ରହଣ କରିଥିବା ଅଭିଯୋଗ ଆସିଛି । ନାବାର୍ଡ ଇନ୍ସପେକ୍ସନ ରିପୋର୍ଟ ମଧ୍ୟ ଏହାକୁ ଧରିଛି ।

ଏନେଇ ନବଗଠିତ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ଆସିବା ପରେ ବର୍ତମାନର ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ଅଗଷ୍ଟ 19 ତାରିଖରେ ଉତ୍ତର ଦେବାକୁ ନୋଟିସ୍ କରିଥିଲେ ଲୋକାୟୁକ୍ତ । ତେବେ ଉତ୍ତର ସନ୍ତୋଷଜନକ ନଥିବାରୁ ବ୍ୟକ୍ତିଗତ ଭାବେ ତାଙ୍କୁ ହାଜର ହେବାକୁ ନୋଟିସ ଦିଆଯାଇଛି । ସୂଚନାଥାଉକି, ସେ ଏବେ ଶକ୍ତି ସଚିବ ଅଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 11, 2019, 1:00 PM IST

ABOUT THE AUTHOR

...view details