ଓଡିଶା

odisha

ETV Bharat / city

ବେଆଇନ ପଥର ଖନନ, ଜିଲ୍ଲାପାଳଙ୍କ ସମେତ 4ଜଣଙ୍କୁ ଲୋକାୟୁକ୍ତର ନୋଟିସ ଜାରି - Lokayukta issued notice

ବିଛାଖଣ୍ଡି ପାହାଡକୁ ମାଫିଆମାନେ କବଜା କରି ବେଆଇନ ଭାବରେ ପଥର ଚୋରା ଚାଲାଣ କରୁଛନ୍ତି। ଏ ନେଇ ଅଭିଯୋଗ କରିବା ପରେ ଲୋକାୟୁକ୍ତର 4 ଜଣଙ୍କୁ ନୋଟିସ କରିଛି । ଅଧିକ ପଢନ୍ତୁ..

ବେଆଇନ ପଥର ଖନନ, ଜିଲ୍ଲାପାଳ ସମେତ 4ଙ୍କୁ ଲୋକାୟୁକ୍ତର ନୋଟିସ ଜାରି
ବେଆଇନ ପଥର ଖନନ, ଜିଲ୍ଲାପାଳ ସମେତ 4ଙ୍କୁ ଲୋକାୟୁକ୍ତର ନୋଟିସ ଜାରି

By

Published : Mar 2, 2021, 7:26 PM IST

ଭୁବନେଶ୍ବର: ବିଛାଖଣ୍ଡି ପାହାଡ଼ରୁ ବେଆଇନ ଭାବରେ ପଥର ଖନନ ମାମଲାରେ ଯାଜପୁର ପୂର୍ବତନ ଜିଲ୍ଲାପାଳ, ବର୍ତ୍ତମାନର ଜିଲ୍ଲାପାଳଙ୍କ ସମେତ ପୂର୍ବତନ ତହସିଲଦାର ଓ ଏବର ତହସିଲଦାରଙ୍କୁ ନୋଟିସ କରିଛନ୍ତି ଲୋକାୟୁକ୍ତ । ଛଅ ସପ୍ତାହ ଭିତରେ ରିପୋର୍ଟ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବେଆଇନ ପଥର ଖନନ, ଜିଲ୍ଲାପାଳ ସମେତ 4ଙ୍କୁ ଲୋକାୟୁକ୍ତର ନୋଟିସ ଜାରି

କୋଟି କୋଟି ଟଙ୍କାର କଳାପଥର ଖାଦାନ କରି ମାଫିଆମାନେ ପାହାଡ଼କୁ କାଟି ଚୋରା ଚାଲାଣ କରୁଛନ୍ତି । ଆଉ ଏସବୁ ପରେ ବି ପୋଲିସ ପ୍ରଶାସନ ତଥା ବନ ବିଭାଗ ସମ୍ପୂର୍ଣ୍ଣ ଭାବରେ ଚୁପ ହୋଇ ବସିଛନ୍ତି। ତେବେ ଯାଜପୁର ବିଛାଖଣ୍ଡି ପାହାଡ଼ରୁ ବେଆଇନ ଭାବରେ ପଥର ଖନନ ମାମଲାରେ ଜିଲ୍ଲାପାଳଙ୍କ ସମେତ 4 ଜଣଙ୍କୁ ନୋଟିସ କରିଛି ଲୋକାୟୁକ୍ତ । 6 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପରବର୍ତ୍ତୀ ଶୁଣାଣୀ ଏପ୍ରିଲ 27 ତାରିଖରେ କରାଯିବ। ଅଭିଯୋଗକାରୀ ସର୍ବେଶ୍ୱର ବେଗେରା ଗତ କିଛି ଦିନ ହେଲା ବନ ବିଭାଗ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଯେ ବାରମ୍ବାର ବେଆଇନ ଭାବରେ ପାହାଡ଼ରୁ ପଥର ଖନନ କରାଯାଉଛି।

କିନ୍ତୁ ସମସ୍ତେ ଜାଣି ବି ଚୁପ ରହିଗଲେ। ଏହାକୁ ନେଇ ଲୋକାୟୁକ୍ତରେ ଫେବୃଆରୀ 9 ତାରିଖରେ ଅଭିଯୋଗ କରିଥିଲେ ସର୍ବେଶ୍ୱର ବେହେରା। ସେ କହିଛନ୍ତି ଏହି ପାହାଡ଼କୁ ଅନେକ ମାଫିଆମାନେ କବଜା କରି ବେଆଇନ ଭାବରେ ପଥର ଚୋରା ଚାଲାଣ କରୁଛନ୍ତି। ଯାହା ଫଳରେ ବିଛାଖଣ୍ଡ ପାହାଡ ଏବେ ମାଟିରେ ମିଶିଯିବାକୁ ବସିଲାଣି। ଏହାକୁ ନେଇ ଅଭିଯୋଗ କରିବା ପରେ ଲୋକାୟୁକ୍ତ 4 ଜଣଙ୍କୁ ନୋଟିସ କରିଛି । ଏଥିରେ ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ବର୍ତ୍ତମାନର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ପୂର୍ବତନ ତହସିଲଦାର ସରୋଜ କୁମାର ପଣ୍ଡା ଓ ବର୍ତ୍ତମାନର ତହସିଲଦାର ପ୍ରଶାନ୍ତ ସମାନ୍ତରାୟ 4 ଜଣଙ୍କୁ ନୋଟିସ କରାଯାଇଛି । 12 ଏପ୍ରିଲ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details