ଓଡିଶା

odisha

By

Published : Oct 27, 2021, 5:40 PM IST

ETV Bharat / city

‘ଆଜାଦି କା ଅମୃତ ମହତ୍ସୋବ’ କାର୍ଯ୍ୟକ୍ରମ ପ୍ରସାରଣ ବେଳେ ଗଣମାଧ୍ୟମରେ ପ୍ରସାରିତ ହେବ ଲୋଗୋ

ସ୍ବାଧୀନତାର ୭୫ ବର୍ଷରେ ଦେଶ ପାଳୁଛି ‘ଆଜାଦି କା ଅମୃତ ମହତ୍ସୋବ’ । ପ୍ରସାରଣ ବେଳେ ଅଭିଯାନର ଲୋଗୋ ପ୍ରସାରିତ କରିବା ପାଇଁ ଗଣମାଧ୍ୟମକୁ ମାର୍ଗଦର୍ଶିକା ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

‘ଆଜାଦି କା ଅମୃତ ମହତ୍ସୋବ’ କାର୍ଯ୍ୟକ୍ରମ ପ୍ରସାରଣବେଳେ ଗଣମାଧ୍ୟମରେ ପ୍ରସାରିତ ହେବ ଲୋଗୋ
‘ଆଜାଦି କା ଅମୃତ ମହତ୍ସୋବ’ କାର୍ଯ୍ୟକ୍ରମ ପ୍ରସାରଣବେଳେ ଗଣମାଧ୍ୟମରେ ପ୍ରସାରିତ ହେବ ଲୋଗୋ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୫ ବର୍ଷରେ ପାଦ ଦେଇଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଳନ କରାଯାଉଛି ’ଆଜାଦି କା ଅମୃତ ମହତ୍ସୋବ’ କାର୍ଯ୍ୟକ୍ରମ । ତେବେ ଏହାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଯାଇ ଆହୁରି କ୍ରିୟାଶୀଳ କରିବା ତଥା ଦେଶବାସୀଙ୍କ ମଧ୍ୟରେ ଜାତୀୟତା ଆନ୍ଦୋଳନର ସଚେତନତା ଓ ଦେଶାତ୍ମକ ଭାବନା ସୃଷ୍ଟି କରିବା ଦିଗରେ କେନ୍ଦ୍ର ଏହି ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।

‘ଆଜାଦି କା ଅମୃତ ମହତ୍ସୋବ’ କାର୍ଯ୍ୟକ୍ରମ ପ୍ରସାରଣବେଳେ ଗଣମାଧ୍ୟମରେ ପ୍ରସାରିତ ହେବ ଲୋଗୋ

ସେହିପରି ଏହି ମହତ୍ସୋବକୁ ପ୍ରସାରଣ କରିବା ଓ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବାରେ ଗଣମାଧ୍ୟମର ବଳିଷ୍ଠ ଭୂମିକା ରହୁଛି । ତେଣୁ ଏହି ମହତ୍ସୋବ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ତେବେ ଏହି ସବୁ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରସାରଣ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସବାର୍ତ୍ତାରେ ଏନେଇ ବିସ୍ତୃତ ସୂଚନା ଦିଆଯାଇଛି ।

‘ଆଜାଦି କା ଅମୃତ ମହତ୍ସୋବ’ ସମ୍ପର୍କିତ ଖବର ରିପୋର୍ଟ ଓ ବୁଲେଟିନ୍ ମାଧ୍ୟମରେ ପ୍ରସାରଣ ସମୟରେ ମହୋତ୍ସବର ଅଫିସିଆଲ ଲୋଗୋ ପ୍ରଦର୍ଶିତ କରିବା ପାଇଁ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ଡିଜିଟାଲ୍ ମିଡିଆ ଏବଂ ବେସରକାରୀ ଟିଭି ଚ୍ୟାନେଲଗୁଡିକୁ ମାର୍ଗଦର୍ଶିକା ଜାରି କରିଛନ୍ତି ସରକାର । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି କରାଯିବା ସହ ପ୍ରସାରଣ ସମୟରେ ଅନୁପାଳନ କରିବାକୁ ଥିବା ବିଭିନ୍ନ ଦିଗ ଉପରେ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details