ଭୁବନେଶ୍ବରରୁ: ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ତାଲା। ମନ୍ଦିରରେ ସିନିୟର ଓଏସ ଅଫିସର ନିଯୁକ୍ତି ଦାବିରେ ତାଲା ପକାଇଛନ୍ତି ସେବାୟତ। ଯେ ପର୍ଯ୍ୟନ୍ତ ଅଫିସର ନିଯୁକ୍ତି ନହୋଇଛନ୍ତି ସେ ଯାଏଁ ତାଲା ପଡିରହିବ । ତେବେ ମନ୍ଦିର କାର୍ଯାଳୟ ନଖୋଲିବାକୁ ରାଜ୍ୟସରକାରଙ୍କୁ ଚେତାବନୀ ଦେଇଛନ୍ତି ସେବାୟତ।
ସମସ୍ୟା ଓ ସେବାୟତ ଅସନ୍ତୋଷ, ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ତାଲା - ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ତାଲା
ମନ୍ଦିରର ବିଭିନ୍ନ ସମସ୍ୟାକୁ ନେଇ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ତାଲା ଲଗାଇଲେ ସେବାୟତ। ଯେ ପର୍ଯ୍ୟନ୍ତ ଅଫିସର ନିଯୁକ୍ତି ନହୋଇଛନ୍ତି ସେ ଯାଏଁ ତାଲା ପଡିରହିବ। ଅଧିକ ଖବର ପଢନ୍ତୁ...
![ସମସ୍ୟା ଓ ସେବାୟତ ଅସନ୍ତୋଷ, ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ତାଲା](https://etvbharatimages.akamaized.net/etvbharat/prod-images/768-512-4910035-thumbnail-3x2-kkjpg.jpg)
ସମସ୍ୟା ଓ ସେବାୟତ ଅସନ୍ତୋଷ, ଲିଙ୍ଗରାଜ ମନ୍ଦିର କାର୍ଯାଳୟରେ ତାଲା
ସମସ୍ୟା ଓ ସେବାୟତ ଅସନ୍ତୋଷ, ଲିଙ୍ଗରାଜ ମନ୍ଦିର କାର୍ଯାଳୟରେ ତାଲା
ଘଟଣାକୁ ନେଇ କେହି ମୁହଁ ଖୋଲିନଥିବା ବେଳେ ତାଲା ପକାଇ ଏକ ଲିଖିତ ଚିଠି କାର୍ଯାଳୟ ସାମ୍ନାରେ ଲଗାଇ ସେବାୟତଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ସିନିୟର ଓଏସ ଅଫିସର ନିଯୁକ୍ତି ନହେବା ଯୋଗୁଁ ମନ୍ଦିର ଓ ସେବାୟତଙ୍କ କୌଣସି ସମସ୍ୟା ସମାଧାନ ହୋଇପାରୁନି ବୋଲି ଅଭିଯୋଗ ହୋଇଛି। ମନ୍ଦିର କାର୍ଯ୍ୟାଳୟରେ ଏପରି ତାଲା ପଡିବା ଘଟଣା ପରେ କୌଣସି ବରିଷ୍ଠ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ