ଓଡିଶା

odisha

ETV Bharat / city

ସଂକ୍ରମଣ ହାର ହ୍ରାସ ଦିଗରେ ପ୍ରଭାବ ପକାଇବ ଲକଡାଉନ: ସ୍ବାସ୍ଥ୍ୟ ବିଶେଷଜ୍ଞ - covid infection rate

କୋରୋନା ସଂକ୍ରମଣ ରୋକିବା ଦିଗରେ ଲକଡାଉନ ପ୍ରଭାବ ନିଶ୍ଚୟ ଭାବେ ପଡିବ । କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ....

ସଂକ୍ରମଣ ହାର ହ୍ରାସ ଦିଗରେ ପ୍ରଭାବ ପକାଇବ ଲକଡାଉନ: ସ୍ବାସ୍ଥ୍ୟ ବିଶେଷଜ୍ଞ
ସଂକ୍ରମଣ ହାର ହ୍ରାସ ଦିଗରେ ପ୍ରଭାବ ପକାଇବ ଲକଡାଉନ: ସ୍ବାସ୍ଥ୍ୟ ବିଶେଷଜ୍ଞ

By

Published : May 31, 2021, 10:29 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣ ରୋକିବା ଦିଗରେ ଲକଡାଉନ ପ୍ରଭାବ ନିଶ୍ଚୟ ଭାବେ ପଡିବ। ଲକଡାଉନ ଆରମ୍ଭରୁ ସଂକ୍ରମଣ ହାର ୨୬ ପ୍ରତିଶତ ଭଳି ଥିଲା। ଗତକାଲି ୧୪ ପ୍ରତିଶତକୁ ଖସିଥିବା ରେକର୍ଡ କରାଯାଇଛି । ଏହା ସଂକ୍ରମଣ ତଳମୁହାଁ ହେବାର ସଂକେତ ଦେଉଛି । ଏପଟେ ଲକଡାଉନ ପାଇଁ ସଂକ୍ରମଣ କମିବାର ଯଥେଷ୍ଟ ସମ୍ଭାବନା ରହିଛି । ବନ୍ୟା ଅଞ୍ଚଳରୁ ଫେରିଲେ ସଂକ୍ରମଣ ସଂଖ୍ୟା ପ୍ରାୟ ବଢ଼ିବ। ତେଣୁ ବର୍ତ୍ତମାନ ପଜିଟିଭିଟି ରେଟ ଏପରି ରହିବ। କିନ୍ତୁ ୨ ସପ୍ତାହ ବେଳକୁ ପ୍ରାୟ ୫ ପ୍ରତିଶତ ଖସିଆସିବା ସମ୍ଭାବନା ରହିଛି। ୫ ପ୍ରତିଶତ ତଳକୁ ଖସିବା ପରେ କଟକଣା କୋହଳ କରିହେବ। ଏପରି ଆକଳନ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ସଂକ୍ରମଣ ହାର ହ୍ରାସ ଦିଗରେ ପ୍ରଭାବ ପକାଇବ ଲକଡାଉନ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଆହୁରି ମଧ୍ୟ ସେ କହିଛନ୍ତି, ୩ଟି ଜିଲ୍ଲାରେ ପଜିଟିଭିଟି ରେଟ ୫ ପ୍ରତିଶତ ତଳକୁ ଖସିଥିବାରୁ 3 ଟି ଜିଲ୍ଲାରେ କଟକଣା କୋହଳ କରିଛନ୍ତି, ସରକାର ଯାହାକି ଏକ ଭଲ ନିଷ୍ପତ୍ତି। ଗାଁ ଗୁଡିକରେ ବାହାଘରରେ ଯେଭଳି ଅଧିକ ସଂଖ୍ୟାରେ ଲୋକ ଗହଳି ନ ହୁଏ ସେଥପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ। ଟ୍ରାନ୍ସମିଶନ ରେଟ କମିବା ସ୍ଥିତିରେ ଥିବାରୁ ସରକାର କିଛି ଜିଲ୍ଲାରେ କୋହଳ କରିଛନ୍ତି। କିନ୍ତୁ ବଢିଲେ କଟକଣା କରିବାକୁ ପ୍ରାବଧାନ ରହିଛି । ତେଣୁ ସମ୍ପୂର୍ଣ୍ଣ ଟୀକାକରଣ ନ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଜାଗ ରହିବାକୁ ପଡିବା ନେଇ ପରାମର୍ଶ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ନୂଆ ଷ୍ଟ୍ରେନ ଆସୁଥିବାରୁ ଟିକାର ପ୍ରଭାବ କମ ରହୁଛି, ଏହା ଚିନ୍ତାର କାରଣ ହୋଇପାରେ। ଟୀକାକରଣ ବ୍ୟାପକ ହେଲେ ତୃତୀୟ ଲହରର ପ୍ରଭାବ ପଢିବା ଆଶଙ୍କାକୁ କମ କରାଯାଇପାରେ । ଟୀକାକରଣ ହେଲେ ମୃତ୍ୟୁ ସଂଖ୍ୟା ଓ ଗୁରୁତର ରୋଗୀଙ୍କ ସଂଖ୍ୟା କମିବ ନିଶ୍ଚୟ। ନୂଆ ଟ୍ରେଣ୍ଡ ବିଷୟରେ ଜାଣିବା ପାଇଁ ଜିନମ ସିକ୍ୟୁଏନ୍ସ କରିବାକୁ ପଡିବ। ଯାହାଦ୍ବାରା ଯେଉଁଠି ସଂକ୍ରମଣ ବଢିବ କିମ୍ବା ନୂଆ ଷ୍ଟ୍ରେନ ଦେଖିବାକୁ ମିଳିବ କଟକଣା କରାଯାଇବା ପାରିବ ନେଇ ମଧ୍ୟ ସେ ମତ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦସ, ଇଟିଭି ଭାରତ

ABOUT THE AUTHOR

...view details