ଓଡିଶା

odisha

ETV Bharat / city

ରାଜଧାନୀରେ ଲକଡାଉନ ସିକ୍ୟୁରିଟି, ଯୁଆଡେ ଯିବେ ଦେଖିବେ ପୋଲିସ - ରାଜଧାନୀର ଲକଡାଉନ ସୁରକ୍ଷା

ବୁଧବାରଠୁ ରାଜ୍ୟରେ ଲାଗୁ ହେବ ସମ୍ପୂର୍ଣ୍ଣ ଲକଡାଉନ । ଆଉ ଏଥିପାଇଁ ରାଜଧାନୀରେ ପୋଲିସ ଛାଉଣିରେ ଭର୍ତ୍ତି । ମହାମାରୀ କୋରୋନାର ସଂକ୍ରମଣ ରୋକିବା ପାଇଁ ଲକଡାଉନକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

Lockdown security
ରାଜଧାନୀରେ ଲକଡାଉନ ସିକ୍ୟୁରିଟି,ଯୁଆଡେ ଯିବେ ଦେଖିବେ ପୋଲିସ

By

Published : May 4, 2021, 7:46 PM IST

ଭୁବନେଶ୍ବର:ପୋଲିସ ଆଢୁଆଳରେ ରହିବ ରାଜଧାନୀ। ଯୁଆଡେ ଯିବେ ସିଆଡେ ଅଟକାଇବ ପୋଲିସ। ମହାମାରୀ କୋରୋନାର ସଂକ୍ରମଣ ରୋକିବା ପାଇଁ ସରକାର ଆସନ୍ତାକାଲି ଅର୍ଥାତ ବୁଧବାର 5 ତାରିଖରୁ ରାଜ୍ୟରେ ଲାଗୁ କରିବେ ସମ୍ପୂର୍ଣ୍ଣ ଲକଡାଉନ । ଲକଡାଉନକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ରାଜଧାନୀରେ ଲକଡାଉନ ସିକ୍ୟୁରିଟି,ଯୁଆଡେ ଯିବେ ଦେଖିବେ ପୋଲିସ

ରାଜଧାନୀରେ ୧୪ ଦିନିଆ ଲକଡାଉନ ପାଇଁ ପୋଲିସ ଛାଉଣିରେ ଭର୍ତ୍ତି ହୋଇଛି । ରାଜଧାନୀକୁ ୬ଟି ଜୋନରେ ବିଭକ୍ତ କରି ପୋଲିସ ଜଗିବାକୁ ଦାୟିତ୍ବ ଦିଆଯାଇଛି। ୨୦ ପ୍ଲାଟୁନ ପୋଲିସ ସହର ଓ ସହର ଉପକଣ୍ଠରେ ମୁତୟନ କରାଯିବ। ୨୦୦ ଅଫିସର ସମେତ ୧୫୦ରୁ ଉର୍ଦ୍ଧ୍ବ ଟ୍ରାଫିକ କର୍ମଚାରୀ ନିୟୋଜିତ ହେବେ।ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଅମାନିଆ ଖସିନଯିବା ପାଇଁ ବାଉଁଶରେ ବାରିକେଡ ସହ ଚେକପୋଷ୍ଟ ହୋଇଛି।ଆମ୍ବୁଲାନସ ଓ ଅତ୍ଯାବଶ୍ଯକ ସାମଗ୍ରୀ ପରିବହନ କରୁଥିବା ଗାଡି ଯେପରି ହଇରାଣ ନ ହୁଅନ୍ତି ସେଥିପାଇଁ ଅଳ୍ପ ବାଟ ବିଭିନ୍ନ ଟ୍ରାଫିକ ଛକରେ ଖୋଲା ରହିବ । ପ୍ରତ୍ଯକ ଚେକ ପୋଷ୍ଟରେ ପୋଲିସ କର୍ମଚାରି ବିଭିନ୍ନ ସିଫ୍ଟରେ ଡ୍ଯୁଟି କରିବେ । ମେଡିକାଲ ପାସ ଦେଖାଇ ପରିବା ବ୍ଯାଗ ନେଉଥିଲେ କାର୍ଯାନୁଷ୍ଠାନ ହେବ । ଅର୍ଥାତ ବାହାନା କରି ବିଭିନ୍ନ ପାସର ଦୁରୁପ ଯୋଗ ନ କରିବା ପାଇଁ କଡା ଚେତାବନି ଦିଆଯାଇଛି ।

ଅତ୍ଯାବଶ୍ଯକ ସାମଗ୍ରି ପରିବହନ ଓ ନେବା ଆଣିବା ବା ଅନୁମତି ପ୍ରାପ୍ତ ଲେଟର ବା ପରିଚୟ ପତ୍ର ଦେଖାଇ ଯାଇପାରିବେ। କନଷ୍ଟ୍ରକସନ ଓ ଏଗ୍ରିକଲଚର ଭଳି ସଂସ୍ଥାକୁ ମଧ୍ଯ ଅତ୍ଯାବଶ୍ଯକ ସେବାରେ ଅନ୍ତର୍ଭୁକ୍ତ କରାଯାଇ ଅନୁମତି ମିଳିପାରିବ। ତେବେ ଯଦି କୌଣସି ଅତ୍ଯାବଶ୍ଯକ ସାମଗ୍ରୀ ବା ଅତି ଜରୁରି ପାଇଁ ଯିବା ପାଇଁ କୌଣସି ଆପଣଙ୍କର ବିକଳ୍ପ ନାହିଁ ସେ କ୍ଷେତ୍ରରେ ଆପଣର ପୋଲିସର ସହାୟତା ନେଇପାରିବେ। ଡାଏଲ ୧୦୦କୁ କଲ କଲେ ଆପଣଙ୍କୁ ଇ ଆସିଷ୍ଟ ସୁବିଧା ବା କଣ୍ଟ୍ରୋଲ ରୁମର ସମ୍ପୁର୍ଣ୍ଣ ଯାଞ୍ଚ କ୍ରମେ ଆପଣକୁ ଯିବା ପାଇଁ ମେସେଜ ଜରିଆରେ ଅନୁମତି ମିଳିପାରିବ। ତା ସହିତ ଟିକାକରଣ ହେଉ ବା ଟେଷ୍ଟିଂ ଏଥିପାଇଁ ଯାଇପାରିବେ।

ସେପଟେ ଦୋକାନୀ ବା ବ୍ଯବସାୟିକ ପ୍ରତିଷ୍ଠାନ ଯାହା ଅନୁମତି ରହିଛି ସେମାନେ ସୋମାନଙ୍କର ଟ୍ରେଡ ଲାଇସେନ୍ସ ବା ପରିଚୟପତ୍ର ଦେଖାଇ ପୋଲିସ ଚେକ ପୋଷ୍ଟରେ ଯାଇପାରିବେ। କଟକଣା ପାଇଁ ତିକ୍ଷ୍ମଣ ନଜର ରଖାଯାଇଛି । କୌଣସି ପରିସ୍ଥିତିରି ଅମାନିଆକୁ ତ୍ରାହି ମିଳିବ ନାହିଁ ସେଥିପାଇଁ କଟକଣା ମାନିବାକୁ କମିସନରେଟ ପୋଲିସ ପକ୍ଷରୁ ନିବେଦନ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details