ଓଡିଶା

odisha

ETV Bharat / city

ଲକଡାଉନ ବାନ୍ଧିଛି ରୋଜଗାରରେ ଲଗାମ, ନା ଖୋଲୁଛି କ୍ଲିନିକ ନା ଆସୁଛନ୍ତି ରୋଗୀ - ଲକଡାଉନରେ ବନ୍ଧା କ୍ଲିନିକ ସର୍ଭିସ

ଲକଡାଉନ ସମୟରେ ବାଟବଣା ହୋଇଛି ରୋଗୀ ସେବା । ଲକଡାଉନ ପ୍ରଭାବରେ ଜୀବନ ଯାତ୍ରା ଏକ ରକମ ଠପ ହୋଇଯାଇଛି । ଏଭଳି ସମୟରେ ଛୋଟ ପୋଲି କ୍ଲିନିକ କିମ୍ବା ଛୋଟ ହସ୍ପିଟାଲ କରି ଗୁଜୁରାଣ ମେଣ୍ଟାଉଥିବା ତଥା ଅନ୍ୟମାନଙ୍କୁ ସହଯୋଗ କରୁଥିବା ଲୋକମାନେ ବି ଏବେ ହତାଶ । ଅଧିକ ପଢ଼ନ୍ତୁ...

bhubaneswar latest news, private clinic, private clinics shut down amid lockdown, clinical service shuts down amid lockdown, ଲକଡାଉନରେ ବନ୍ଦ ଘରୋଇ କ୍ଲିନିକ, ଘରୋଇ କ୍ଲିନିକ, ଲକଡାଉନରେ ବନ୍ଧା କ୍ଲିନିକ ସର୍ଭିସ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଲକଡାଉନ ବାନ୍ଧିଛି ରୋଜଗାରରେ ଲଗାମ, ନା ଖୋଲୁଛି କ୍ଲିନିକ ନା ଆସୁଛି ରୋଗୀ

By

Published : May 18, 2020, 9:26 PM IST

ଭୁବନେଶ୍ବର: ଲକଡାଉନ ସମୟରେ ବାଟବଣା ହୋଇଛି ରୋଗୀ ସେବା । ଲକଡାଉନ ପ୍ରଭାବରେ ଜୀବନ ଯାତ୍ରା ଏକ ରକମ ଠପ ହୋଇଯାଇଛି । ଲକଡାଉନର ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ସାଧାରଣ ଲୋକେ ହନ୍ତସନ୍ତ ହେବା ସହ ବଞ୍ଚିବାର ରାହା ଖୋଜୁଛନ୍ତି ଅନେକ । ଏଭଳି ସମୟରେ ଛୋଟ ପୋଲି କ୍ଲିନିକ କିମ୍ବା ଛୋଟ ହସ୍ପିଟାଲ କରି ଗୁଜୁରାଣ ମେଣ୍ଟାଉଥିବା ତଥା ଅନ୍ୟମାନଙ୍କୁ ସହଯୋଗ କରୁଥିବା ଲୋକମାନେ ବି ଏବେ ହତାଶ । ଆୟର ମାଧ୍ୟମ ନାହିଁ, ତାଛଡା ନିହାତି ଆବଶ୍ୟକ ଥିବା ସାଧାରଣ ଲୋକଙ୍କ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ପାରୁନହାନ୍ତି । ସେଥିପାଇଁ ସେମାନେ ଅନିଶ୍ଚିତତା ଭିତରେ ସମୟ କାଟୁଛନ୍ତି ।

ଲକଡାଉନ ବାନ୍ଧିଛି ରୋଜଗାରରେ ଲଗାମ, ନା ଖୋଲୁଛି କ୍ଲିନିକ ନା ଆସୁଛି ରୋଗୀ

ଏପରି ସ୍ଥିତିରେ ଗ୍ରାଉଣ୍ଡର ସ୍ଥିତି ପରଖିଥିଲା ଇଟିଭି ଭାରତ ଟିମ । ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳର ନିଗମ ମେଡି ହୋମ କ୍ଲିନିକ ଉପରେ କେବଳ ବାଲିପାଟଣା ଅଞ୍ଚଳବାସୀ ନୁହନ୍ତି ବରଂ ଆଖପାଖର ପ୍ରାୟ 10 କିଲୋମିଟର ଅଞ୍ଚଳର ଲୋକମାନେ ନିର୍ଭର କରଥାନ୍ତି । ପାଖରେ ଅନ୍ୟ କିଛି ଉନ୍ନତମାନର ସ୍ବାସ୍ଥ୍ୟ ସେବାର ସୁବିଧା ନଥିବାରୁ 2019 ମସିହାରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଘରୋଇ ଉଦ୍ୟମରେ ଏଭଳି ଏକ ପୋଲି କ୍ଲିନିକ ଆରମ୍ଭ କରିଥିଲେ ଡ଼ଃ ଅନୁପମ ବେହେରା । ଧୀରେ ଧୀରେ ରୋଗୀଙ୍କର ଆବଶ୍ୟକତାକୁ ମେଣ୍ଟାଇବା ସହିତ କ୍ଲିନିକ ଭଲ ଚାଲିବାକୁ ଲାଗିଲା । କ୍ଲିନିକ ପକ୍ଷରୁ ଲୋକମାନଙ୍କୁ ସ୍ବଳ୍ପ ଖର୍ଚ୍ଚରେ ସଠିକ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଥିଲା ।

ହେଲେ ଲକଡାଉନ କାରଣରୁ ଗତ 2 ମାସ ହେଲା ବନ୍ଦ ପଡିଥିଲା କ୍ଲିନିକ । କର୍ମଚାରୀ ଆସି ପାରୁନଥିବାରୁ ବ୍ୟାବସାୟିକ ଲାଭ ତ ଦୂରର କଥା ସବୁଠୁ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଭଲ ସ୍ବାସ୍ଥ୍ୟ ସୁବିଧା ବା ଚିକିତ୍ସା ପାଇଁ ପାଖାପାଖି 20 କିଲୋମିଟର ଦୂର ଭୁବନେଶ୍ବର ଯିବାକୁ ପଡୁଥିବାରୁ ଭାଗ୍ୟକୁ ଆଦରି ପଡି ରହିଛନ୍ତି ସ୍ଥାନୀୟବାସୀ । ସେହିଭଳି ଭୁବନେଶ୍ବର ତଳି ଅଞ୍ଚଳ ବରଗଡ ଗାଁ ଛକରେ ଥିବା କ୍ରିଷ୍ଣା ପୋଲି କ୍ଲିନିକର ଅନୁରୂପ ସ୍ଥିତି । ଏହାର ପରିଚାଳକ ହେଉଛନ୍ତି ବିକାଶ କୁମାର ସାହୁ । କେବଳ ଅଳ୍ପ ଲାଭ ଓ ସେବା ମନୋବୃତି ନେଇ 8 ବର୍ଷ ତଳେ ଏଭଳି ଉଦ୍ୟମ ଆରମ୍ଭ କରିଥିଲେ ବିକାଶ । କିନ୍ତୁ କୋରୋନା ଲକଡାଉନ କଟକଣା ତାଙ୍କର ସେ ସେବା ମାନସିକତାକୁ ଦୋହଲାଇ ଦେଇଛି । କୋରୋନା ଭୟ ଲାଗି ରହିଥିବାରୁ ଛୋଟ ମୋଟ ରକ୍ତ ପରୀକ୍ଷା ବି ହୋଇ ପାରୁନାହିଁ । ଫଳରେ ହାତବାନ୍ଧି ବସିଛନ୍ତି କ୍ଲିନିକ ମାଲିକ।

ଜୀବନ ଏବଂ ଜୀବିକାକୁ ନେଇ ଦୋ ଛକିରେ ଛିଡା କରି ଦେଇଥିବା ମହାମାରୀ କୋରୋନା ସଂକ୍ରମଣ ଏବେ ସାଧାରଣ ରୋଗୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଗରୁ ଅସୁସ୍ଥ ହେଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡୁଥିବା ବେଳେ ଏବେ ଅସୁବିଧା ଯୋଗୁଁ ଦେହର ଯନ୍ତ୍ରଣା ଦେହରେ ମାରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ସାମାନ୍ୟ ଅସୁସ୍ଥତା ଥିଲେ ପାଖରେ ଘରୋଇ କ୍ଲିନିକ ଥିବାରୁ ସୁବିଧାରେ ଡାକ୍ତର ଦେଖେଇ ପାରୁଥିଲେ । ଏବେ ସେ ସବୁ ବି ବନ୍ଦ । ଏମିତିରେ ଏବେ ସମସ୍ତଙ୍କର ଗୋଟିଏ ହିଁ ଭରସା, କେବେ ଉଠିବ ଲକଡାଉନ ଆଉ କେବେ ସ୍ବଭାବିକ ହେବ ପରିସ୍ଥିତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details