ଭୁବନେଶ୍ବର: ରଜ ପାଇଁ ଭୁଲିଗଲେ ନିୟମ । ଦୋକାନରେ ଝିଅ ବୋହୂ କିଣୁଥିଲେ ଲୁଗା । ସଟର୍ ଟେକି ଦୋକାନୀ କରୁଥିଲା ବେପାର । ସୂଚନା ପାଇବା ପରେ ରେଡ୍ ମାରିଲା ପୋଲିସ । ଚଢାଉରେ ଗ୍ରାହକଙ୍କ ସହ ଦୋକାନୀ ଅଟକ ।
ସଟର୍ ଟେକି ଚାଲୁଥିଲା ଲୁଗା ବେପାର, ଝାରପଡାରେ ରେଡ୍ ମାରିଲା ପୋଲିସ
ରଜ ପାଇଁ ଭୁଲିଗଲେ ନିୟମ । ଦୋକାନରେ ଝିଅ ବୋହୁ କିଣୁଥିଲେ ଲୁଗା । ସଟର୍ ଟେକି ଦୋକାନୀ କରୁଥିଲା ବେପାର। ଅଧିକ ପଢନ୍ତୁ...
ସଟର୍ ଟେକି ଚାଲୁଥିଲା ଲୁଗା ବେପାର, ଝାରପଡାରେ ରେଡ୍ ମାରିଲା ପୋଲିସ
ଏମିତି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଲକ୍ଷ୍ମୀସାଗର ଥାନା ଝାରପଡା ଛକରେ। ସାଇ ସଗୁନ ଫ୍ୟାସନ ଲୁଗା ଦୋକାନରେ ପୋଲିସର ଚଢାଉ। ଦୋକାନ ସିଲ୍ ସହ ମାଲିକଙ୍କ ସହ ଗ୍ରାହକ ଅଟକ । ଚଢାଉରେ କଡା ପରିମାଣର ଫାଇନ୍ ଲାଗିଥିବା ସୂଚନା ମିଳିଛି । ଗୁରୁବାର ଏନେଇ କଡା ଚେତାବନୀ ଦେଇଥିଲେ ପୋଲିସ କମିଶନର, ଏହାପରେ ଆକ୍ସନ ମୁଡରେ କମିସନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ