ଓଡିଶା

odisha

ETV Bharat / city

କରୋନା ନକଡାଉନ ପାଇଁ ଲକଡାଉନ ନିଷ୍ପତ୍ତି: ସୁବ୍ରତ - ଲକଡାଉନ

କରୋନା ପାଇଁ କଠୋର ହେଲେ ସରକାର । ରବିବାର ଠାରୁ ମାର୍ଚ୍ଚ 29 ପର୍ଯ୍ୟନ୍ତ 5ଟି ଜିଲ୍ଲା ସହ 8ଟି ସହରରେ ଲକଡାଉନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

lockdown in odisha
lockdown in odisha

By

Published : Mar 21, 2020, 9:35 PM IST

ଭୁବନେଶ୍ବର: ବିଶ୍ବ ମହାମାରୀ ଘୋଷଣା ହୋଇସାରିଥିବା କୋଭିଡ-19 ‘କରୋନା’ ମୁକାବିଲା ପାଇଁ ରାଜ୍ୟ ସରକାର ଦିନକୁ ଦିନ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି । ପୁର୍ବରୁ କଟକଣା ଜାରି କରିଥିଲେ ମଧ୍ୟ ଆଜି(ଶୁକ୍ରବାର) କଟକଣା ବୃଦ୍ଧି କରିବା ସହ ରାଜ୍ୟର ପାଞ୍ଚଟି ଜିଲ୍ଲାର ଆଠଟି ସହରରେ ଲକଡାଉନ ଘୋଷଣା କରିଛନ୍ତି । ଏନେଇ ଆଜି ରାଜ୍ୟ ସରକାରଙ୍କ ମୁଖପାତ୍ର ବିସ୍ତୃତ ସୂଚନା ଦେଇଛନ୍ତି ।

କରୋନା ନକଡାଉନ ପାଇଁ ଲକଡାଉନ ନିଷ୍ପତ୍ତି: ସୁବ୍ରତ

ସୁବ୍ରତ ବାଗଚୀ କହିଛନ୍ତି ମାର୍ଚ୍ଚ 22 ରବିବାର ଠାରୁ ମାର୍ଚ୍ଚ 29 ପର୍ଯ୍ୟନ୍ତ ରାଜ୍ୟର ଅନୁଗୋଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଓ ଗଞ୍ଜାମ ଜିଲ୍ଲା ସମେତ ୮ ଟି ସହର ରାଉରକେଲା, ପୁରୀ, ଭଦ୍ରକ, ଯାଜପୁର, ଝାରସୁଗୁଡା, ବାଲେଶ୍ବର, ଯାଜପୁର ରୋଡ ଓ ଯାଜପୁର ଟାଉନରେ ମଧ୍ୟ ଲକଡାଉନ ଘୋଷଣା କରାଯାଇଛି । ସୁବ୍ରତ ବାଗଚୀ ଆହୁରି କହିଛନ୍ତି କରୋନାକୁ ‘ନକ ଡାଉନ’ କରିବା ପାଇଁ ଏହି ‘ଲକ ଡାଉନ’ର ଆବଶ୍ୟକତା ଜରୁରୀ । ସଂକ୍ରମଣକୁ ରୋକିବା ପାଇଁ ସରକାର ଏହି ସୁ-ଚିନ୍ତିତ ପଦକ୍ଷେପ ନେଇଛନ୍ତି । ଏହାଦ୍ବାରା ରାଜ୍ୟର ୪୦ ପ୍ରତିଶତ ଲୋକ ପ୍ରଭାବିତ ହେବେ । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଓ କାର୍ଯ୍ୟକାରୀ ଯଥା ସମ୍ଭବ ଚାଲିବ ।

ସୁବ୍ରତ କହିଛନ୍ତି ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ମଧ୍ୟ କଠୋର କଟକଣା ଜାରି ହୋଇଛି । କାଲିଫର୍ଣ୍ଣିଆ ହେଉଛି ବିଶ୍ବର ସବୁଠାରୁ ଧନୀ ପ୍ରଦେଶ । ଯାହାର ଜନସଂଖ୍ୟା 4 କୋଟି । ସେଠି ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । ତେଣୁ ଆମ ଜାତିକୁ ବଞ୍ଚାଇବା ପାଇଁ ତାଙ୍କ ସୁରକ୍ଷା ପାଇଁ ଆମକୁ ମଧ୍ୟ ଏହି କଠୋର ନିଷ୍ପତି ନେବାକୁ ପଡିବ । ଏହି 6 ମାସର ଯୁଦ୍ଧକୁ ଆହୁରି 162 ଦିନ ବାକି ରହିଲା । ଆମକୁ ସତର୍କ ସଚେତନ ରହିବାକୁ ପଡିବ । ମହାମାରୀର ମୁକାବିଲା ପାଇଁ ସମସ୍ତ ନାଗରିକଙ୍କୁ ଦାୟିତ୍ବ ନେବାକୁ ପଡିବ । ଆମ ଉପରେ ଯେଉଁ ଦାୟିତ୍ବ ଆସିବ ତାକୁ ନେତୃତ୍ବରେ ସହ ତୁଳାଇବା ଓ ସହାୟତା କରିବ ବୋଲି ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ କୋରନା ସ୍ଥିତି ନେଇ ସେ କହିଛନ୍ତି ଆଜି ଦିନ ୧୨ ଟା ସୁଦ୍ଧା ରାଜ୍ୟରେ ମୋଟ ୭୦ ଟି ନମୂନା ପରୀକ୍ଷା ପାଇଁ ଯାଇଥିଲା । ସେଥି ମଧ୍ୟରୁ ୬୯ ଟି ରିପୋର୍ଟ ଆସିଛି । ଯେଉଁଥିରେ ୨ ଟି ପଜେଟିଭ ଥିବାବେଳେ ଗୋଟିଏ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ରାଜ୍ୟରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହାବାଦ ଦୁଇ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୬ ଜଣଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ସର୍ଭେଲାନ୍ସ ଟିମ ଯୋଗାଯୋଗ କରିଛି । ଏଥିପାଇଁ ମୋଟ ୯ ଟି ମନଟରିଂ ଟିମ କାର୍ଯ୍ୟ କରୁଛି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details