ଓଡିଶା

odisha

ETV Bharat / city

ଲକଡାଉନ ଚିନ୍ତା; ଗାତ କରି ବିସ୍କୁଟ ସାଇତୁଛି କୁକୁର - Dogs keep biscuits

ଆଜି ଆମେ ଆପଣଙ୍କୁ ଏପରି ଏକ ଦୃଶ୍ୟ ଦେଖାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କିଛି ସମୟ ପାଇଁ ଆପଣ ହତଚକିତ ହୋଇଯିବେ । କିପରି ଗୋଟିଏ କୁକୁର ନିଜ ଭବିଷ୍ୟତ କଥା ଚିନ୍ତା କରି ଦିଆଯାଇଥିବା ଖାଦ୍ୟକୁ ସାଇତିକି ସୁରକ୍ଷିତ ଭାବେ ନିଜ ପାଖରେ ରଖୁଛି ତାହା ଆପଣ ନିଜେ ଦେଖନ୍ତୁ ।

Dogs keep biscuits
ଲକ୍‌ଡାଉନ୍‌ ଦୁଃଖ; ବିସ୍କୁଟ ସାଇତି ରଖୁଛି କୁକୁର

By

Published : Apr 30, 2020, 5:50 PM IST

ଭୁବନେଶ୍ବର: ଲକ୍‌ଡାଉନ୍‌ ଲକ୍‌ରେ ମଣିଷଠୁ ପଶୁପକ୍ଷୀ ସମସ୍ତେ ବନ୍ଧା । ଦୋକାନ ବଜାର ସବୁ ଠପ୍‌ ଥିବାରୁ ଖାଦ୍ୟ ଯୋଗାଡ ବି କଷ୍ଟକର ବ୍ୟାପାର । ଫଳରେ ଖାଦ୍ୟକୁ ଖାଇବା ସହ ଆଗାମୀ ଦିନ ପାଇଁ ସମସ୍ତେ ସାଇତି ରଖୁଛନ୍ତି । ଆଉ ଏଥିରୁ ବାଦ୍‌ ପଡିନାହାଁନ୍ତି ଜୀବଜନ୍ତୁ । ଆଜି ଆମେ ଆପଣଙ୍କୁ ଏପରି ଏକ ଦୃଶ୍ୟ ଦେଖାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କିଛି ସମୟ ପାଇଁ ଆପଣ ହତଚକିତ ହୋଇଯିବେ । କିପରି ଗୋଟିଏ କୁକୁର ନିଜ ଭବିଷ୍ୟତ କଥା ଚିନ୍ତା କରି ଦିଆଯାଇଥିବା ଖାଦ୍ୟକୁ ସାଇତିକି ସୁରକ୍ଷିତ ଭାବେ ନିଜ ପାଖରେ ରଖୁଛି ତାହା ଆପଣ ଏଥିରେ ଦେଖିବାକୁ ପାଇବେ ।

ଲକ୍‌ଡାଉନ୍‌ ଦୁଃଖ; ବିସ୍କୁଟ ସାଇତି ରଖୁଛି କୁକୁର

ତେବେ ଏହି ଦୃଶ୍ୟରେ ପ୍ରଥମେ ଜଣେ ବଦାନ୍ୟ ବ୍ୟକ୍ତି ବୁଲୁଥିବା କୁକୁରଟିକୁ ଖାଇବାକୁ କିଛି ବିସ୍କୁଟ ଦେଇଥିଲେ । କୁକୁରଟି କିଛି ବିସ୍କୁଟ ଖାଇବା ପରେ ଅବଶିଷ୍ଟକୁ ପାଟିରେ ପୂରାଇବାକୁ ଚେଷ୍ଟା କରିଥିଲା । ବିସ୍କୁଟ ଗୁଡିକ ପାଟିରେ ପୂରାଇ ସାରିବା ପରେ ସେ ଜାଗା ଛାଡି ଚାଲିଯାଇଥିଲା । ପରେ ଖାଦ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାରିଆଡେ ଧାଉଁଥିବାର ଦେଖିବାକୁ ମିଳିଥିଲା । ପରେ ଏକ ସୁରକ୍ଷିତ ସ୍ଥାନ ଦେଖି ସେଠାରେ ଗାତ ଖୋଳିଥିଲା ।

ପାଦରେ ମାଟିକୁ ଆଡେଇ ଆଡେଇ ଛୋଟ ଗାତଟିଏ କରିବା ସହ ଏଣେତେଣେ ଚାହିଁ ସେଥିରେ ପାଟିରେ ଆଣିଥିବା ବିସ୍କୁଟକୁ ରଖିଦେଇଥିଲା। ପରେ ଗାତ ବନ୍ଦ କରି ସେଠାରୁ ପଳାଇଥିଲା । ତେବେ ଜାଣିଲେ ତ, କୁକୁରଟିଏ ହେଲେ ବି କିପରି ଏହି ଘଡିସନ୍ଧି ମୁହୂର୍ତ୍ତରେ ତାକୁ ଭବିଷ୍ୟତ ଖାଇବା କଥା ଚିନ୍ତା ରହିଛି । ଯାହା ଖାଦ୍ୟ ନଷ୍ଟ କରୁଥିବା ମଣିଷ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details