ଓଡିଶା

odisha

ETV Bharat / city

କ୍ରିମିନାଲଙ୍କ ଉପରେ ଲକଡାଉନ ଇଫେକ୍ଟ, ଆରମ୍ଭରୁ କମିଲା କୋହଳ ପରେ ବଢୁଛି କ୍ରାଇମ - କ୍ରିମିନାଲଙ୍କ ଟାର୍ଗେଟରେ ସହରବାସୀ

କ୍ରିମିନାଲଙ୍କ ଟାର୍ଗେଟରେ ସହରବାସୀ। ଲକଡାଉନ ଫାଇଦାରେ ବଢୁଛି କ୍ରାଇମ। ସିନ୍ଧି ଚୋରି ଠୁ ଆରମ୍ଭ କରି ଛିନତାଇ। ସହରବାସୀଙ୍କ ପାଇଁ ଚିନ୍ତା ବଢାଇଛି । ଲକଡାଉନ ଆରମ୍ଭରୁ କ୍ରାଇମ କମିଯାଇଥିଲେ ମଧ୍ୟ ଏବେ ହୁ ହୁ ହୋଇ ବଢିବାରେ ଲାଗିଛି। ବର୍ଷ ଆରମ୍ଭରୁ କ୍ରାଇମ ରେକର୍ଡ ରୁ ଏହା ବାରି ହେଉଛି । ଅଧିକ ଖବର ପଢନ୍ତୁ...

କ୍ରିମିନାଲଙ୍କ ଉପରେ ଲକଡାଉନ ଇଫେକ୍ଟ, ଆରମ୍ଭରୁ କମିଲା କୋହଳ ପରେ ବଢୁଛି କ୍ରାଇମ
କ୍ରିମିନାଲଙ୍କ ଉପରେ ଲକଡାଉନ ଇଫେକ୍ଟ, ଆରମ୍ଭରୁ କମିଲା କୋହଳ ପରେ ବଢୁଛି କ୍ରାଇମ

By

Published : Aug 3, 2020, 6:43 PM IST

ଭୁବନେଶ୍ବର: ପୁଣି ଅଶାନ୍ତ ସହର। ଗନ ପଏଣ୍ଟରେ ଲୁଟେରା ଚଳାଇଲେଣି ଗୁଣ୍ଡାଗଦ୍ଦି। କିଛିଦିନ ଚୁପ୍ ବସିବା ପରେ ପୁଣି ଖୋଲିଲେଣି ନିଜର କଳା ସାମ୍ରାଜ୍ୟ। ମାରିପିଟ୍ ଓ ଲୁଟପାଟ ଲକଡାଉନ ସମୟରେ ଟିକିଏ ବ୍ରେକ ଲାଗିଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଯାଇଛି ହଇଚଇ। କୋରୋନା କାଳରେ କଲବଲ ମଣିଷ ସମାଜ। ସରକାର ଲୋକଙ୍କ ସୁରକ୍ଷା ପାଇଁ ଲକଡାଉନ ଓ ସଟଡାଉନ ଭଳି ଟ୍ରିକି ଫର୍ମୁଲା ଆପଣାଇଛନ୍ତି। ଏହି ସମୟ ଭିତରେ ଭାଇରସ ଭୟରେ ସମସ୍ତେ ଘରେ ରହୁଛନ୍ତି।

କିଛି ଦିନ ହେବ ଲୁଟେରାଙ୍କ ଉତ୍ପାତ ସହରରେ ଏତେଟା ଅନୁଭବ ହେଉନଥିଲା। ହେଲେ ପୁଣି ନିଜର ଦବଦବା ଜାହିର କଲେଣି ଏହି ଗୋଷ୍ଠୀ। କ୍ରାଇମ ହବରେ ପୁଣି ଥରେ ଆରମ୍ଭ ହୋଇଛି ଅପ୍ରିତିକର ପରିସ୍ଥିତି। ସିନ୍ଧି ଚୋରି ଠୁ ଆରମ୍ଭ କରି ଛିନତାଇ। ସହରବାସୀଙ୍କ ପାଇଁ ଚିନ୍ତା ବଢାଇଛି। ଲକଡାଉନ କଡା କଟକଣାରେ କ୍ରାଇମ କମିଯାଇଥିଲେ ମଧ୍ୟ କୋହଳ ପରେ ହୁ ହୁ ହୋଇ ବଢିବାରେ ଲାଗିଛି।

କ୍ରିମିନାଲଙ୍କ ଉପରେ ଲକଡାଉନ ଇଫେକ୍ଟ, ଆରମ୍ଭରୁ କମିଲା କୋହଳ ପରେ ବଢୁଛି କ୍ରାଇମ

ତେବେ ବର୍ଷ ଆରମ୍ଭରୁ କ୍ରାଇମ ରେକର୍ଡରୁ ଏହା ବାରି ହେଉଛି। ଭୁବନେଶ୍ୱରରେ ଥିବା ୨୧ଟି ଥାନାରେ ଚଳିତ ବର୍ଷ ଜାନୁଆରି ମାସରେ ହୋଇଥିଲା ୭୪୧ ମାମଲା। ସେହିପରି ଫେବ୍ରୁଆରିରେ ଏହା ପହଂଚିଥିଲା ୬୮୯ରେ। ମାର୍ଚ୍ଚରେ ୬୬୦ ମାମଲା ରୁଜୁ ହୋଇଥିଲା ବେଳେ ଶେଷ ଆଡ଼କୁ ତାଲାବନ୍ଦ ଆରମ୍ଭ ହୋଇଥିଲ‌ା। ଆଉ ଯାହାର ପ୍ରଭାବରେ ସଂପୂର୍ଣ୍ଣ ଏପ୍ରିଲ୍‌ ମାସ ତାଲାବନ୍ଦ ରହିଥିବାରୁ ମାମଲା ସଂଖ୍ୟା ୨୫୨କୁ ଖସି ଆସିଥିଲା। କିନ୍ତୁ ମେ’ ଆରମ୍ଭରୁ ଏଯାବତ ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି।

ହତ୍ୟା, ମାରଣାସ୍ତ୍ର ଦେଖାଇ ଲୁଟ୍‌, ରାହାଜାନି, ଚୋରି ଭଳି ଛିନତାଇ ମାମଲା ଧିରେ ଧିରେ ବଢିବାରେ ଲାଗିଛି।ଏପରିକି ରାଜ୍ୟ ବାହାରୁ ଆସି ବେପାର କରୁଥିବା ଛୋଟ ବେପାରି ଏବେ କାମବନ୍ଦ ଯୋଗୁଁ ଉତ୍ପାତ ମଚାଉଛନ୍ତି । ଏପରିକି ଲକଡାଉନ ପ୍ରଭାବ ଯୋଗୁ ବେକାରୀ ଦୃଷ୍ଟିରୁ ରାଜଧାନୀ ଉପକଣ୍ଠ ଜିଲ୍ଲା ରୁ ଅପରାଧି ଆସି ଆଡ୍ଡା ଜମାଇଛନ୍ତି। ଏଥିସହ କରୋନା ଭୟରେ ଜେଲରୁ ବେଲରେ ଆସିଥିବା ପେସାଦାର ଅପରାଧୀ ପୁଣି ସକ୍ରିୟ ହୋଇଛନ୍ତି। ଯାହା କମିସନରେଟ ପୋଲିସ ପାଇଁ ଅପରାଧିଙ୍କ ଏକ ଖୋଲା ଚ୍ୟାଲେଞ୍ଜ କହିଲେ ଭୁଲ ହେବନି।

ଗୋଟିଏ ପଟେ ଲକଡାଉନ ଆରମ୍ଭରୁ ଅପରାଧ ସଂଖ୍ୟା ପୁଲିସ ଓ ସହରବାସୀଙ୍କୁ ଆଶ୍ବସ୍ତି ଦେଇଥିବା ବେଳେ ଏବେ ଲକଡାଉନ କୋହଳ ଯେଗୁଁ ବଢ଼ୁଥିବା ଅପରାଧ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଏହା ଭିତରେ ସହରବାସୀ ଶାନ୍ତିରେ ନିଶ୍ବାସ ମାରିବା କଷ୍ଟକର ହୋଇପଡିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details