ଓଡିଶା

odisha

ETV Bharat / city

ରାଜଧାନୀରେ ବୁଲୁଛି ଅମାନିଆ ଗାଡି, ଧରିବା ପାଇଁ ପୋଲିସର ଷ୍ଟ୍ରାଟେଜି - ଲକଡାଉନ ଚେକିଂ କଡାକଡି

ରାଜଧାନୀରେ କିଛି ଅମାନିଆ କାର ଚାଳକ ବୁଲୁଥିବା ଆଶଙ୍କା କରାଯାଉଛି। ବିଗତ କିଛି ଦିନ ଧରି ରାଜଧାନୀରେ ବୁଲୁଥିବା ଗାଡିର ନମ୍ବର ଟ୍ରାକ ବେଳେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ଏନେଇ ଟ୍ରାଫିକ ପୋଲିସ ପକ୍ଷରୁ କଡା ଚେକିଂ ନେଇ ଷ୍ଟ୍ରାଟେଜି ବଦଳାଯାଇଛି। ଅଧିକ ପଢନ୍ତୁ...

ରାଜଧାନୀରେ ବୁଲୁଛି ଅମାନିଆ ଗାଡି
ରାଜଧାନୀରେ ବୁଲୁଛି ଅମାନିଆ ଗାଡି

By

Published : May 22, 2021, 7:46 PM IST

ଭୁବନେଶ୍ବର: ରାଜଧାନୀରେ କିଛି ଅମାନିଆ କାର ଚାଳକ ବୁଲୁଥିବା ଆଶଙ୍କା କରାଯାଉଛି। ବିଗତ କିଛି ଦିନ ଧରି ରାଜଧାନୀରେ ବୁଲୁଥିବା ଗାଡିର ନମ୍ବର ଟ୍ରାକ ବେଳେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ଏନେଇ ଟ୍ରାଫିସ ପୋଲିସ ପକ୍ଷରୁ କଡା ଚେକିଂ ନେଇ ଷ୍ଟ୍ରାଟେଜି ବଦଳାଯାଇଛି।

ରାଜଧାନୀରେ ବୁଲୁଛି ଅମାନିଆ ଗାଡି

ଯେଉଁ କର୍ମଚାରୀଙ୍କ ଅଥରାଇଜେସନ ଦିଆଯାଇଛି ସେମାନଙ୍କର ତଥ୍ୟ ପୋଲିସ ପାଖରେ ଅଛି। ଏହାକୁ ବାଦ ଦେଲେ ଆହୁରି ଏପରି ଅନେକ ଗାଡି ଚଳପ୍ରଚଳ ହେଉଛି, ଯାହାକୁ ନେଇ ସେସବୁ ଗାଡିରେ କିଏ ବୁଲୁଛନ୍ତି, ସେମାନଙ୍କର ଅନୁମତି ପତ୍ର ରହିଛି କି ନାହିଁ ତାହାର କଡା ଚେକିଙ୍ଗ ପାଇଁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଏହାଛଡା ଅମାନିଆ ବାଇକ କିମ୍ବା କାର ଚାଳକ ଧରାପଡିଲେ କୌଣସି ପରିସ୍ଥିତିରେ ଛାଡ ନଦେଇ ସେମାନଙ୍କ ଠାରୁ ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳେ ଭୁବନେଶ୍ବରରେ ୭୪୧୩ ଜଣଙ୍କଠୁ ୯,୭୯,୭୦୦ ଟଙ୍କା ଫାଇନ ଆଦାୟ ହୋଇଥିଲା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details